
ଭଞ୍ଜନଗର ୦୭/୦୮ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଭଞ୍ଜନଗର ବ୍ଲକ କୁଲାଡ଼ ଗ୍ରାମର ମୁଣ୍ଡିଆ ସାହିରେ ଲଗାଣ ବର୍ଷା ରେ ରାତିରେ ଗୁହାଳ ଭାଙ୍ଗିଯାଇ ଭିତରେ ଥିବା ୧୧ଟି ଛେଳିର ମୃତ୍ୟୁ ହୋଇଛି ଏବଂ ୧୫ ଟି ଛେଳି ଆହତ ହୋଇଛନ୍ତି । ସୂଚନା ପ୍ରକାରେ କୁଲାଡ଼ ମୁଣ୍ଡିଆ ସାହିର ସୁକୁଟା ପାତ୍ର ଗତ ଗୁରବର ସନ୍ଧ୍ୟାରେ ନିଜର ଏବଂ ଅନ୍ୟର ପାଳିତ ଛେଳି ମାନଙ୍କୁ ପ୍ରତିଦିନ ଭଳି ଗୁହାଳରେ ବାନ୍ଧିଥିଲେ। ଲଗାଣ ବର୍ଷା କାରଣରୁ ମୁଣ୍ଡିଆରୁ ପ୍ରବଳ ସ୍ରୋତରେ ପାଣି ଆସି ରାତି ସମୟରେ ଗୁହାଳଟି ଭାଙ୍ଗି ଯାଇଥିଲା ଏଥିରେ ୧୧ଟି ଛେଳିର ମୃତ୍ୟୁ ହୋଇଥିବା ସହ ୧୫ ରୁ ଅଧିକ ଛେଳି ଆହତ ହୋଇଥିବା ଜଣାପଡିଛି। ଘଟଣାରେ ସ୍ଥଳରେ କୁଲାଡ଼ ରାଜସ୍ବ ନିରୀକ୍ଷକ ଏବଂ ଲାଇଫ ଷ୍ଟକ ଇନସିପେକ୍ଟର ପହଁଛି ସ୍ଥିତି ଅନୁଧ୍ୟାନ କରିଛନ୍ତି।