ସ୍ବର୍ଣ୍ଣ ଜିତିଲେ ଛତ୍ରପୁର ର ଦିବ୍ୟାଙ୍ଗ ଓଡ଼ିଆ ପୁଅ ଭି ରମେଶ ରାଓ

ଛତ୍ରପୁର ୧୩/୦୮ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ନାଇଜେରିଆର ଲାଗୋସ୍‌ଠାରେ ଅନୁଷ୍ଠିତ କମନୱେଲ୍‌ଥ ପାରା ଫେନ୍ସିଂ ଚାମ୍ପିୟନସିପ୍ ପାଇଁ ଭାରତୀୟ ଦଳରେ ସେ ସ୍ଥାନ ପାଇଥିଲେ।ଜିତିଛନ୍ତି ସ୍ୱର୍ଣ୍ଣ ପଦକ।
ରମେଶ ହେଉଛନ୍ତି ଜଣେ ପ୍ରସିଦ୍ଧ ପାରା-ଫେନ୍ସର ଖେଳାଳି।ଗଞ୍ଜାମ ଜିଲ୍ଲା ଛତ୍ରପୁରର ବାସିନ୍ଦା।ଆନ୍ତର୍ଜାତୀୟ ସ୍ତରରେ ବିଭିନ୍ନ ପ୍ରତିଯୋଗିତାରେ ଦେଶ ଓ ରାଜ୍ୟ ପାଇଁ ଅନେକ ପଦକ ଜିତିଛନ୍ତି।ଜାତୀୟ ପାରା ଫେନ୍ସିଂ ଚାମ୍ପିୟନସିପ୍ ଏବଂ ଏସିଆନ୍ ପାରା ଗେମ୍ସ ଭଳି ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ୱ କରିଛନ୍ତି।