
ଭଞ୍ଜନଗର :-୧୩/୦୮ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଓଡିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ତରଫରୁ ଭଞ୍ଜନଗର ଏବଂ ବେଲଗୁଣ୍ଠା ବ୍ଲକ ତରଫରୁ ବ୍ଲକ ଓଷ୍ଟା ସଭାପତି ଉମାକାନ୍ତ ନାହାକଙ୍କ ସଭାପତିତ୍ୱରେ ଏକ ଜରୁରୀ ବୈଠକ କାଳିଞ୍ଜି ସମାଜ ଗୃହ, ଭଞ୍ଜନଗର ଠାରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଓଷ୍ଟା ଜିଲ୍ଳା ସଭାପତି ଦିଲ୍ଲୀପ କୁମାର ପ୍ରଧାନ, ସମ୍ପାଦକ ସତ୍ୟବାନ ସାହୁ, ଆଲୋଷ୍ଟା ମୁଖ୍ୟ ଉପଦେଷ୍ଟା ଜଗବନ୍ଧୁ ଜେନା, ଉପଦେଷ୍ଟା ଅମର ବିଳାସ ବେହେରା, ରାଜ କୁମାର ସାହୁ, ପ୍ରଧାନଶିକ୍ଷକ ସୂର୍ଯ୍ୟ ନାରାୟଣ ସେଠି, ସୁରେନ୍ଦ୍ର କୁମାର ସାହୁ, ଗୌରୀନନ୍ଦନ ହୋତ୍ତା, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ସନ୍ତୋଷ କୁମାର ଜେନା ମଂଚାସୀନ ହୋଇ ଶିକ୍ଷକ ମାନଙ୍କ ବିଭିନ୍ନ ସମସ୍ୟା ଓ ଦାବୀ ଉପରେ ଆଲୋଚନା କରାଯାଇଥିଲା l ବିଶେଷକରି ଯୋଗ୍ୟ ବିବେଚିତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକୁ ଅନୁଦାନ, ଚାକିରୀ ସର୍ତ୍ତlବଳୀ ସହ ପେନସନ, ପୂର୍ଣ୍ଣ ଅନୁଦାନ ବିଦ୍ୟାଳୟ ଗୁଡିକୁ ଶିକ୍ଷକ ଓ ଶିକ୍ଷlକର୍ମଚାରୀ ନିଯୁକ୍ତି ସହିତ ସରକାରୀକରଣ,ନୂତନ ପେନସନ ପରିବର୍ତ୍ତେ ପୁରାତନ ପେନସନର ପୁନଃ ପ୍ରଚଳନ, ଅବସର ବୟସ ଷାଠିଏ ବର୍ଷରୁ ବାସଠି ବର୍ଷକୁ ବୃଦ୍ଧି ଉପରେ ଆଲୋଚନା କରାଯାଇଥିଲା l ଏହା ଉପରେ ଆଗାମୀ ଅଗଷ୍ଟ 16 ଦାବୀଦିବସ ଉପରେ ଭୁବନେଶ୍ୱର ପିଏମଜୀ ଠାରେ ହେବାକୁ ଯାଉଥିବା ପଦଯାତ୍ରା ଓ ଗଣଧାରଣାରେ ସମସ୍ତେ ସାମିଲ ସହ ଦାବୀ ପୂରଣ ହେବାପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା l ବିଭିନ୍ନ ଶିକ୍ଷକ ସଂଗଠନ ତରଫରୁ ଏହାକୁ ପୂର୍ଣ୍ଣ ସମର୍ଥନ ସହ ସହଯୋଗ ରହିଥିବା ଆଲୋଚନା କରାଯାଇଥିଲା l ଏଥିରେ ଉଭୟ ବ୍ଲକରୁ ଶତାଧିକ ଶିକ୍ଷକ ଯୋଗ ଦେଇ ଥିଲେ l ଶେଷରେ ସମ୍ପାଦକ ସତ୍ୟବାନ ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ l