ଦେଶୀ ବନ୍ଧୁକ ସହ ମୋବାଇଲ ଜବତ, ଜଣେ ଗିରଫ

ଜଗନ୍ନାଥ ପ୍ରସାଦ ୧୩/୦୮ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଜଗନ୍ନାଥ ପ୍ରସାଦ ଥାନା ଅଧୀନ କାଦୁଆ ଅଞ୍ଚଳରେ ଗତକାଲି ରାତିରେ ଚଢ଼ାଉ କରି ଗୋଟିଏ ଚୋରା ବନ୍ଧୁକ ସହ ମୋବାଇଲ ଜବତ କରିଛି ସ୍ଥାନୀୟ ପୋଲିସ l ଯୁବକ ଜଣକ କାଦୁଆ ପଞ୍ଚାୟତ କାଦୁଆ ହରିଜନ ସାହିର ପ୍ରଦୀପ କୁମାର ନାଇକଙ୍କ ପୁଅ ଶିବଶଙ୍କର ନାଇକ (ଲିପୁନ) ୨୨ବର୍ଷ l
ଲିପୁନ ଓରଫ ଶିବଶଙ୍କର ତା’ପାଖରେ ଏକ କଣ୍ଟ୍ରିମେଣ୍ଟ ଫାୟାର ଆର୍ମ (ଛୋଟ ଦେଶୀ ବନ୍ଧୁକ) ରଖିଥିବା ସ୍ଥାନୀୟ ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ଥିଲା l ଥାନାଧିକାରୀ ପ୍ରମୋଦ କୁମାର ଲେଙ୍କାଙ୍କ ନିର୍ଦେଶକ୍ରମେ ଗତ ସୋମବାର ରାତି ୯. ୪୫ ସମୟରେ ପୋଲିସ ଟିମ ଶିବଶଙ୍କର ଘରେ ଚଢ଼ାଉ କରି କାବୁ କରିଥିଲେ l ତଦନ୍ତ ବେଳେ ସେ ଲିଜ ନେଇଥିବା ଏକ କୁକୁଡ଼ା ଫାର୍ମ ହାଉସରେ ଲୁଚାଇ ରଖିଥିବା କଣ୍ଟ୍ରିମେଣ୍ଟ ଫାୟାର ଆର୍ମ (ଛୋଟ ଦେଶୀ ବନ୍ଧୁକ)କୁ ପୋଲିସ ଜବତ କରିବା ସହ ଏକ ଚୋରି ମୋବାଇଲ ଜବତ କରିଥିବା ତଦନ୍ତକାରୀ ଅଧିକାରୀ ଏସଆଇ ଶ୍ରୀନିବାସ ପାଲକା ସୂଚନା ଦେଇଛନ୍ତି l କେସ ନମ୍ବର ୩୦୯ ପ୍ରକାରେ ଆରମ୍ସ ଆକ୍ଟ ଧାରା ଅନୁଯାଇ ୩୦୩/୨,୩୧୭(୨),୨୫(୧)(a), ୨୫(୧)(b) ମାମଲା ରୁଜୁ କରାଯାଇଛି ଅଭିଯୁକ୍ତ ଶିବଶଙ୍କରକୁ ଆଜି କୋର୍ଟ ଚାଲାଣ କରାଯାଇଛି l ଚଢ଼ାଉ ବେଳେ ଅତିରିକ୍ତ ଥାନାଧିକାରୀ ଅନିଲ କୁମାର ଦେବତା,ହାବିଲଦାର ଦିଲ୍ଲୀପ କୁମାର ରଣା, ଜୁଡ଼ିଏଲ ଶବର,ସେବତୀ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ l