
ଚୌଦ୍ୱାର (ଶିବବ୍ରତ ଦାସ ) ଓଟିମ କଲୋନୀ ସ୍ଥିତ ଉତ୍କଳମଣି ଶିଶୁ ଶିକ୍ଷା ମନ୍ଦିର ପରିସରରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ ହୋଇ ଯାଇଛି l ଏହି ଅବସରରେ ଅଗଷ୍ଟ ୧୩ ଏବଂ ୧୪ ତାରିଖରେ କୁନିକୁନି ଶିଶୁ ଭାଇ ଭଉଣୀ ମାନଙ୍କ ମଧ୍ୟରେ ମହାନ ବୀରପୁରୁଷ ମାନଙ୍କର ବଳିଦାନ,ଦେଶ ପ୍ରେମ, ଦେଶ ମାତୃକାର ସେବା ନିମନ୍ତେ ନିଜକୁ ଉତ୍ସର୍ଗ କରିବାର ପ୍ରେରଣା ସ୍ୱରୂପ ଜାତୀୟ ପତାକା, ସ୍ୱାଧୀନତା ଦିବସ ବିଷୟରେ କୁଇଜ଼, ଚିତ୍ରାଙ୍କନ, ବକୃତା,ଦେଶାତ୍ମ୍ୟକ ସଂଗୀତ, ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ସ୍ୱାଧୀନତା ଦିବସ ଅବସରରେ ବିଦ୍ୟାଳୟର ପ୍ରାଣ ପ୍ରତିଷ୍ଠାତା ଶ୍ରୀଯୁକ୍ତ ଅକ୍ଷୟ କୁମାର ସ୍ୱାଇଁଙ୍କ ବଡ଼ ଭାଇ ଶ୍ରୀଯୁକ୍ତ ବିଜୟ କୁମାର ସ୍ୱାଇଁ ପତାକା ଉତ୍ତୋଳନ କରିଥିଲେ l ପ୍ରଧାନ ଆଚାର୍ଯ୍ୟା ମଧୁସ୍ମିତା ସ୍ୱାଇଁଙ୍କ ନେତୃତ୍ୱରେ ପ୍ରଭାତ ଫେରି ଅନୁଷ୍ଠିତ ହୋଇଥିଲା l କୁନି କୁନି ଶିଶୁ ଭାଇଭଉଣୀ ମାନଙ୍କର ବେଶ ଖୁବ ଚିତାକର୍ଷକ ଥିଲା l ଏଥିରେ ବିଦ୍ୟାଳୟର ସମସ୍ତ ଗୁରୁମା ଲଷ୍ମୀପ୍ରିୟା ସାମଲ , ସ୍ୱପ୍ନାବତୀ ଘଡ଼ାଇ, ମାଲ୍ୟାଣୀ ସାହୁ, ସ୍ଵାତିଦୀପ୍ତା ବେହେରା, ସୁପ୍ରଭା ଧଳ, ବିଜୟଲଷ୍ମୀ ବେହେରା, ପ୍ରଣତି ବେହେରା,ରୋଜାଲିନ ଦାସ,ସସ୍ମିତା ବେହେରା ଏବଂ କାହ୍ନୁ ଚରଣ ଜେନା ସହଯୋଗ ପ୍ରଦାନ କରିଥିଲେ l