ବାଲିପଦର ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟରେ ୮୦ତମ ସ୍ୱାଧୀନତା ଦିବସ ପାଳନ

ବାଲିପଦର -୧୬-୮-୨୦୨୬ (ବି ପ୍ରକାଶ ଚନ୍ଦ୍ର ପାତ୍ର): ସ୍ଥାନିୟ ବାଲିପଦର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ବାଲିପଦର ଡିଗ୍ରୀ ମହାବିଦ୍ୟାଳୟ ର ମିଳିତ ଆନୁକୂଲ୍ୟରେ ୮୦ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି l ପ୍ରାତଃ କାଳରେ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ଓ କର୍ମଚାରୀ ମାନେ ତ୍ରିରଙ୍ଗା ଶୋଭାଯାତ୍ରା ସହ ଜାତୀୟ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ l ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଗୋପୀନାଥ ମହାନ୍ତି ପତାକାଉତ୍ତୋଳନ କରିଥିବା ବେଳେ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ସରୋଜକାନ୍ତ ଦାସ ମୁଖ୍ୟ ଅଥିତି ରୂପେ ଯୋଗଦେଇଥିଲେ l ପରବର୍ତ୍ତି ସମୟରେ ମହାବିଦ୍ୟାଳୟ ରେ ଏକ ସଭା ର ଆୟୋଜନ ହୋଇଥିଲା l ଉକ୍ତ ସଭାରେ ଅଧ୍ୟକ୍ଷ ସରୋଜ କାନ୍ତ ଦାସଙ୍କ ସଭାପତିତ୍ୱ ରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଭାଷଣ ପ୍ରତିଯୋଗିତା, ସଂଗୀତ ଓ ନୃତ୍ୟ ପ୍ରତିଯୋଗିତା କରାଯାଇଥିଲା l ଶେଷରେ କୃତି ପ୍ରତିଯୋଗୀ ମାନଙ୍କୁ ପୁସ୍ତକ, ମେଡାଲ, ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା l ମହାବିଦ୍ୟାଳୟ ର ଅଧ୍ୟାପକ ଓ କର୍ମଚାରୀ ମାନେ ଏହିସବୁ କାର୍ଯ୍ୟକ୍ରମ ସୁଚାରୁରୂପେ ପରିଚାଳନା କରିଥିଲେ l