
ବାଲିପଦର:-୧୬-୦୮-୨୦୨୬ (ବି ପ୍ରକାଶ ଚନ୍ଦ୍ର ପାତ୍ର): ବୁଗୁଡ଼ା ବ୍ଳକ୍ ଅନ୍ତର୍ଗତ ବାଲିପଦରରେ ଦୀର୍ଘ ୨୦ ବର୍ଷ ଧରି ଶିକ୍ଷା ଦୀପ ପ୍ରଜ୍ବଳନ କରି ଅଷ୍ଟମ, ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କୁ ସତ୍ ମାର୍ଗରେ ପ୍ରେରିତ କରିବାକୁ ସଦା ପ୍ରୟାସରତ ଜିତ୍ ଏଜୁକେସନାଲ ପଏଣ୍ଟରେ ୮୦ତମ ସ୍ୱାଧୀନତା ଦିବସ ତଥା ବନ୍ଦେ ମାତରଂ ଜାତୀୟ ଗୀତର ୧୫୦ ବର୍ଷ ପୂର୍ତ୍ତି ଅବସରରେ ଭାଷଣ ଏବଂ ଦେଶାତ୍ମବୋଧ ଗୀତ ପ୍ରତିଯୋଗିତା ଆୟୋଜନ ହୋଇଯାଇଛି । ଭାଷଣରେ ପ୍ରୀତିପ୍ରଜ୍ଞା ସ୍ୱାଇଁ ପ୍ରଥମ, ଅର୍ଚ୍ଚିତା ଜେନା ଦ୍ଵିତୀୟ ଏବଂ ସୋନାଲି ନାଇକ ତୃତୀୟ ହୋଇଥିବା ବେଳେ ଗୀତରେ ତୀର୍ଥଶ୍ରୀ ପାତ୍ର ପ୍ରଥମ, ପ୍ରଜ୍ଞା ପ୍ରଧାନ ଦ୍ଵିତୀୟ ଏବଂ ଚନ୍ଦନା ସାହୁ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛନ୍ତି । ପରିଶେଷରେ ଜଳ ପାନ ଏବଂ ମିଷ୍ଟାର୍ନ୍ନ ବଣ୍ଟନ ସହ କାର୍ଯ୍ୟକ୍ରମର ସମାପ୍ତି କରାଯାଇଛି ।