
ଭଞ୍ଜନଗର ୨୯/୦୮ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ) ଆଜିକାଲି ଛାତ୍ରଛାତ୍ରି ମାନଙ୍କୁ ନିଶା କବଳିତ କରିରଖୁଥିବା ନଜର ଆସିବା ଏବଂ ସାଇବର ଠକମାନେ ଯେଉଁଭଳି ଟାର୍ଗେଟ କରି ଡିଜିଟାଲ ଆରେଷ୍ଟର ଭୟ ଦେଖାଉଥିବାରୁ ଆଜି ଭଞ୍ଜନଗର ପୁଲିସ ପକ୍ଷରୁ ନିଶାମୁକ୍ତ ଓଡିଶା ଗଠନ,ଡିଜିଟାଲ ଆରେଷ୍ଟ ଓ ସାଇବର ସୁରକ୍ଷା ସଂପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ଛାତ୍ରଛାତ୍ରୀ ମାନଙ୍କୁ ନିଶାଦ୍ରବ୍ୟ ଠାରୁ ଦୁରେଇ ରହିବା ଏବଂ ଫ୍ରଡ କଲ ଆସିଲେ ଭୟଭୀତ ନହୋଇ ଆଇନଗତ ସତତ୍ୟା ଜାଣିବା,ଅଜଣା ଲୋକଙ୍କୁ ଟଙ୍କା ନେଣଦେଣ ନକରିବା,ତୁରନ୍ତ ପୁଲିସକୁ ସୂଚନା ଦେବା,କଲ ସଂଯୋଗ ବିଚ୍ଛିନ୍ନ କରି କିଭଳି ଅଭିଯୋଗ କରିପାରିବେ ସେ ସଂପର୍କରେ ସଚେତନ କରାଇଥିଲେ। ଏଥିସହ ବର୍ତ୍ତମାନ ନିଶା ସେବନ ଦୂରା ସମାଜ କିଭଳି ପଥଭ୍ରଷ୍ଟ ହେଉଛି ସେ ସଂର୍ପକରେ ଅତିଥି ମାନେ ବକ୍ତବ୍ୟ ରଖିଥିଲେ। ଓଡିଶା ପୁଲିସ ପକ୍ଷରୁ ନିଶାମୁକ୍ତ ଓଡିଶା ଅଭିଯାନ ଚାଲିଥିବା ବେଳେ ନିଶାର କୁପରିଣାମ ଓ ନିଶା ଠାରୁ କିଭଳି ଦୂରେଇ ରହିବେ ଓ ଏଥି ନିମନ୍ତେ ରହିଥିବା ଆଇନ ସଂପର୍କରେ ଅବଗତ କରାଇଥିଲେ। କବିସମ୍ରାଟ ମହାବିଦ୍ୟାଳୟ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଅଧକ୍ଷ ଗଗନ ବିହାରୀ ପିରୋହିତ,ଭଞ୍ଜନଗର ଥାନାରେ ଏସ ଆଇ ଜ୍ୟୋଷ୍ଣା ରାଣୀ ସାହୁ, ସମୀର ସେଠି, ଲଷ୍ମୀ ଧର ମହାନ୍ତି, ଶରତ ଚନ୍ଦ୍ର ପଣ୍ଡା,ଅନ୍ୟ ମାନେ ଉପସ୍ଥିତ ରହିଥିଲେ।ବିପଦର ବନ୍ଧୁ ଅନୁଷ୍ଠାନର ସୁଧୀର ଗୌଡ଼ ସଭା ପରିଚାଳନା କରିଥିଲେ। କଲେଜର ଇତିହାସ ଅଧ୍ୟାପକ ବିଦେଶୀ ରାଉତ ସମସ୍ତଙ୍କୁ ଶପଥ କରାଇବା ସହ ଧନ୍ୟବାଦ ଅର୍ପଣ କରିଥିଲେ।