ବ୍ରହ୍ମପୁର ରେ ଓଡିଶା ଡିଜିଟାଲ ମିଡ଼ିଆ ମହାସଂଘର କ୍ଲଷ୍ଟର ସ୍ତରୀୟ ପ୍ରଶିକ୍ଷଣ ଶିବିର; ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ବ୍ରହ୍ମପୁର ସାଂସଦ

ବ୍ରହ୍ମପୁର (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘ (ODMM) ପକ୍ଷରୁ ଏକ କ୍ଲଷ୍ଟର ସ୍ତରୀୟ ଟ୍ରେନିଂ କ୍ୟାମ୍ପ ବ୍ରହ୍ମପୁରରେ ସଫଳତାର ସହ ସମାପ୍ତ ହୋଇଛି।

ରାଜ୍ୟ କାର୍ଯ୍ୟକାରୀ ସଭାପତି ଶ୍ରୀ ସୂର୍ଯ୍ୟକାନ୍ତ ଖେଡ଼ୱାଲସିଂଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ ଶିବିରରେ ଦକ୍ଷିଣ ଓଡ଼ିଶାର ୮ଟି ଜିଲ୍ଲାର ପ୍ରାୟ ୧୦୦ ଜଣ ସଦସ୍ୟ ଯୋଗଦେଇ ଡିଜିଟାଲ ସାମ୍ବାଦିକତା, ମିଡ଼ିଆ ନୀତି, ଦାୟିତ୍ୱବୋଧ ଓ ଡିଜିଟାଲ ମିଡ଼ିଆର ବିଭିନ୍ନ ଦିଗ ସମ୍ପର୍କରେ ପ୍ରଶିକ୍ଷଣ ଗ୍ରହଣ କରିଥିଲେ।

ପ୍ରଶିକ୍ଷଣର ପ୍ରଥମ ଅଧିବେଶନ ରେ ଦୈନିକ ‘ସକାଳ’ ଖବରକାଗଜର ଏଡିସନ୍ ଇନ୍‌ଚାର୍ଜ ଶ୍ରୀ ଶକ୍ତିଧର ରାଜଗୁରୁ ଉପସ୍ଥିତ ରହି ସାମ୍ବାଦିକତା ଓ ଖବର ପରିବେଷଣର ବିଭିନ୍ନ ଦିଗ ଉପରେ ସଦସ୍ୟମାନଙ୍କୁ ମାର୍ଗଦର୍ଶନ କରିଥିଲେ।

ଦ୍ୱିତୀୟ ଅଧିବେଶନ ରେ ବ୍ରହ୍ମପୁର ସାଂସଦ ଡ଼. ପ୍ରଦୀପ ପାଣିଗ୍ରାହୀ, ଭଞ୍ଜନଗର ପୌରପାଳିକାର ଅଧ୍ୟକ୍ଷ ଶ୍ରୀ ଗୋପବନ୍ଧୁ ମହାପାତ୍ର, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଜର୍ଣ୍ଣାଲିଯିମ ଓ ମାସ କମ୍ୟୁନିକେସନ ବିଭାଗର ମୁଖ୍ୟ ଡ଼. ଜୟନ୍ତ କୁମାର ପଣ୍ଡା ଏବଂ ଓଟିଭି ର ବ୍ରହ୍ମପୁର ବ୍ୟୁରୋ ହେଡ୍ ଶ୍ରୀ ଅଶୋକ କୁମାର ବ୍ରହ୍ମା, ଗଞ୍ଜାମ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ସୌରଭ ପ୍ରଧାନ, ଭଞ୍ଜନଗର ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ ନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଡିଜିଟାଲ ମିଡ଼ିଆର ସୁଯୋଗ, ସମ୍ଭାବନା, ଆହ୍ୱାନ ଓ ଦାୟିତ୍ୱବୋଧ ସମ୍ପର୍କରେ ଆଲୋକପାତ କରିଥିଲେ।

କାର୍ଯ୍ୟକ୍ରମରେ ମହାସଂଘ ର ରାଜ୍ୟ କାର୍ଯ୍ୟକାରୀ ସଭାନେତ୍ରୀ ଶ୍ରୀମତୀ ମୀରାବାଈ ଦେଓ, ସାଧାରଣ ସମ୍ପାଦକ ଶ୍ରୀ କବିରାଜ ପାତ୍ର, ଉପସଭାପତି ଶ୍ରୀ ବିଜୟାନନ୍ଦ ତ୍ରିପାଠୀ, ଶ୍ରୀ ରୁଦ୍ର କୁମାର ପାତ୍ର ଓ ଶ୍ରୀ ପଦ୍ମନ ବାତ୍ରା, ଜୋନାଲ ସଂଗଠନ ସମ୍ପାଦକ ଶ୍ରୀ ଜି. ଅଜୟ କୁମାର, ଶ୍ରୀ ସୁକାନ୍ତ ପ୍ରଧାନ, ଶ୍ରୀ ଯଦାବ ବାଗ, ବରିଷ୍ଠ ସଦସ୍ୟ ଶ୍ରୀ ସତୀଶ ପଟ୍ଟନାୟକ ଓ ଶ୍ରୀ ସୁଶାନ୍ତ ମହାକୁଡ଼ଙ୍କ ସମେତ ଗଞ୍ଜାମ ଜିଲ୍ଲା ସଭାପତି ଶ୍ରୀ ଅମରେନ୍ଦ୍ର କୁମାର ପଟ୍ଟନାୟକ, ମାଲକାନଗିରି ଜିଲ୍ଲା ସଭାପତି ଶ୍ରୀ ରାକେଶ କୁଲଦୀପ, ଗଜପତି ଜିଲ୍ଲା ସଂଯୋଜକ ଶ୍ରୀ ଲକ୍ଷ୍ମୀନାରାୟଣ ଆଚାର୍ଯ୍ୟ, ରାୟଗଡ଼ା ଜିଲ୍ଲା ସଭାପତି ଶ୍ରୀ ସନ୍ତୋଷ ବଛଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଓ ସଦସ୍ୟ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ସମ୍ପାଦକ ଲୋକନାଥ ମହାନ୍ତି, ବିନୋଦ ପଣ୍ଡା, ଉପସଭାପତି ସତ୍ୟ ନାରାୟଣ ରେଡ୍ଡୀ, ସୁବ୍ରତ କୁମାର ଦାଶ ପ୍ରମୁଖ ଜିଲ୍ଲା ସଭାପତିଙ୍କ ତତ୍ତ୍ୱାବଧାନରେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମକୁ ସଦସ୍ୟ ଅରକ୍ଷିତ ପରିଛା ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ଘୁମୁସର ମଣ୍ଡଳ ସମ୍ପାଦକ ଲୋକନାଥ ମହାନ୍ତି, ବ୍ରହ୍ମପୁର ମଣ୍ଡଳ ସମ୍ପାଦକ ବିନୋଦ ପଣ୍ଡା, ବ୍ରହ୍ମପୁର ମଣ୍ଡଳ ଉପସଭାପତି ସତ୍ୟ ନାରାୟଣ ରେଡ୍ଡୀ, ନିଗମାନନ୍ଦ ପଣ୍ଡା, ଘୁମୁସର ମଣ୍ଡଳ ଉପସଭାପତି ସୁବ୍ରତ କୁମାର ଦାଶ, ଡ଼. ବି ପ୍ରକାଶ ପାତ୍ର ପ୍ରମୁଖ ଜିଲ୍ଲା ସଭାପତିଙ୍କ ତତ୍ତ୍ୱାବଧାନରେ ସହଯୋଗ କରିଥିଲେ।

ଏହି କାର୍ଯ୍ୟକ୍ରମରେ ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଦେଇଥିବା ସମାଜସେବୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବ୍ରହ୍ମପୁର କ୍ଲଷ୍ଟର ଅନ୍ତର୍ଗତ ଡିଜିଟାଲ ଚ୍ୟାନେଲ ମାଲିକ ମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା।

କାର୍ଯ୍ୟକ୍ରମର ସଫଳ ଆୟୋଜନରେ ‘ଜନ ବାଣୀ’ ନ୍ୟୁଜ୍ ଚ୍ୟାନେଲର କାର୍ଯ୍ୟକର୍ତ୍ତାମାନଙ୍କ ବିଶେଷ ସହଯୋଗ ପାଇଁ ରାଜ୍ୟ କାର୍ଯ୍ୟକାରୀ ସଭାପତି ଶ୍ରୀ ସୂର୍ଯ୍ୟକାନ୍ତ ଖେଡ଼ୱାଲସିଂ ସାଧୁବାଦ ଜଣାଇଥିଲେ। ଏଥିସହ ଟ୍ରେନିଂ କ୍ୟାମ୍ପକୁ ସଫଳ କରିବାରେ ସହଯୋଗ କରିଥିବା ଗଞ୍ଜାମ ଜିଲ୍ଲାର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ODMM ପକ୍ଷରୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଯାଇଥିଲା।

ଡିଜିଟାଲ ମିଡ଼ିଆକୁ ଅଧିକ ଦାୟିତ୍ୱଶୀଳ, ଶକ୍ତିଶାଳୀ ଓ ଲୋକାଭିମୁଖୀ କରିବା ସହ ସଦସ୍ୟମାନଙ୍କ ଦକ୍ଷତା ବିକାଶ ଦିଗରେ ଏଭଳି ପ୍ରଶିକ୍ଷଣ ଶିବିର ODMMର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ସାଧାରଣ ରେ ମତ ପ୍ରକାଶ ପାଇଛି।