କେସିଙ୍ଗା: ବାଇକ୍ ପଛପଟୁ ଧକ୍କା ଦେଲା ଟ୍ରକ୍; ଘଟଣା ସ୍ଥଳରେ ଯୁବକ ଙ୍କ ମୃତ୍ୟୁ

କଳାହାଣ୍ଡି: (ପର୍ଶୁରାମ ସିନ୍ଦୁର, ଓଡିଶା ଟୁଡ଼େ) କେସିଙ୍ଗା ରେ ଶନିବାର ପ୍ରାୟ ଅପରାହ୍ନ ୨ ଟା ସମୟରେ ସ୍ଥାନୀୟ ପୁରୁଣା ହୋଣ୍ଡା ସୋରୁମ୍ ପାଖରେ ଜଣେ ବାଇକ୍ ଆରୋହୀ ଯୁବକର ପଛପଟୁ ଏକ ଟ୍ରକ୍ ଧକ୍କା ଦେବା ଫଳରେ ଉକ୍ତ ଯୁବକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ଜଣାପଡିଛି । ସୂଚନାରୁ ପ୍ରକାଶ ଯେ କେସିଙ୍ଗା ଗୌନ୍ତିଆ ପଡ଼ାର ମୁକେଶ ଷଣ୍ଢ ନାମକ ଯୁବକ ନିଜ ବାଇକ୍ ରେ କେସିଙ୍ଗା – ବୋରିଙ୍ଗପଦର ଆଡ଼କୁ ଯାଉଥିବା ବେଳେ ପଛପଟୁ ଓଆର ଟ୍ରକ୍ ୧୯ ଏନ୍ ୪୭୦୩ ନମ୍ବର ର ଏକ ଟ୍ରକ୍ ଧକ୍କା ଦେବା ଯୋଗୁଁ ଶ୍ରୀ ଷଣ୍ଢ ତଳେ ପଡି ଯାଇଥିଲେ। କିନ୍ତୁ ଟ୍ରକ୍ ଡ୍ରାଇଭର ପ୍ରାଣ ଭୟରେ ପଳାଇ ଯିବାରୁ ଶ୍ରୀ ଷଣ୍ଢଙ୍କ ମୁଣ୍ଡ ଉପରେ ଟ୍ରକ୍ ଚଢ଼ି ଯିବା ଯୋଗୁଁ ଯୁବକର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା । ଏହାପରେ ପଡ଼ାର ଯୁବକମାନେ ଆସି ଶବକୁ ଆଣି ପଡ଼ାର ଛକ ରାସ୍ତା ଉପରେ ରଖ୍ କ୍ଷତିପୂରଣ ଦାବି କରିଥିଲେ । ଅନ୍ୟପକ୍ଷରେ ପୋଲିସ ଘଟଣାସ୍ଥଳକୁ ଯାଉଥିବା ବେଳେ ରାସ୍ତା ଅବରୋଧକାରୀ ମାନେ ପୋଲିସକୁ ଛାଡିନଥିଲେ । ତେବେ ଆନ୍ଦୋଳନକାରୀ ଓ ଟ୍ରକ୍ ମାଲିକ ମଧ୍ୟରେ ବୁଝାମଣା ସହିତ ରେଡକ୍ରସ୍ ଫଣ୍ଡରୁ ୧୦ ହଜାର ଟଙ୍କା ଏବଂ ଇନୁରାନ୍ସ ଟଙ୍କା ପାଇବା ଲାଗି ସ୍ଥିର ହେଲା ପରେ ରାସ୍ତାରୋକ ହଟିଥିଲା । ଏହାପରେ ପୋଲିସ ଶବକୁ ସ୍ଥାନୀୟ ସରକାରୀ ହସ୍ପିଟାଲକୁ ଶବ ବ୍ୟବଚ୍ଛେଦ ପାଇଁ ନେଇଥିଲେ ।

Leave a Reply

Your email address will not be published. Required fields are marked *