
ଭଞ୍ଜନଗର (ଅରକ୍ଷିତ ପରିଛା, ଓଡ଼ିଶା ଟୁଡେ): ବାଲିପଦର ନିକଟସ୍ଥ ମହୁଲପଲ୍ଲି ଠାରେ ମା’ କାଳୁଆ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍ ଘାଟିତ ହୋଇଯାଇଛି। ଅଞ୍ଚଳର ବରିଷ୍ଠ ସମାଜସେବୀ, ପ୍ଳସଷ୍ଟାର୍ ଇଂଞ୍ଜିନିୟରିଂ ଗ୍ରୁପ୍ ର ନିର୍ଦ୍ଧେଶକ ତଥା ବାଲିପଦର ମହୋତ୍ସବ କମିଟିର ସଭାପତି ଇଂ. ଲକ୍ଷ୍ମୀ ପ୍ରସାଦ ନାୟକ ଆନୁଷ୍ଠାନିକ ଭାବେ ଟୁର୍ଣ୍ଣାମେଣ୍ଟକୁ ଉଦ୍ ଘାଟନ କରି ଯୁବସମାଜ କ୍ରୀଡା ପ୍ରତି ସମୟ ଦେବା ସହ ବିଭିନ୍ନ ଯୋଗ, ଖେଳ
ମାଧ୍ୟମରେ ସୁସ୍ଥ ରହି ସମାଜର ଉତ୍ତର ପିଢ଼ିକୁ କ୍ରିୟାଶୀଳ କରି ପାରିଲେ ଦେଶର ମଙ୍ଗଳ ହେବ ବୋଲି ପରାମର୍ଶ ଦେଇଥିଲେ। ଅନ୍ୟତମ ଅତିଥି ଭାବେ ବାଲିପଦର କଲେଜର ପ୍ରାକ୍ତନ ଅଧ୍ଯକ୍ଷ ଡକ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ର, ଜିଲ୍ଲା ପରିଷଦ ସଦସ୍ଯ ଟୁକୁନା ସ୍ବାଇଁ, ସରପଞ୍ଚ ଚୋରିଆ ମଲ୍ଲିକ, କଳମ୍ବ ସରପଞ୍ଚ ପ୍ରଦିପ କୁମାର ଜେନା, ପୁର୍ବତନ ସରପଞ୍ଚ ପୁର୍ଣ୍ଣ ଚନ୍ଦ୍ର ଜେନା, ସମାଜସେବୀ ପ୍ରଶାନ୍ତ କୁମାର ପାତ୍ର, ସୁଶାନ୍ତ କୁମାର ସ୍ବାଇଁ ପ୍ରମୁଖ ଯୋଗଦେଇ ଟୁର୍ଣ୍ଣାମେଣ୍ଟର ସଫଳତା କାମନା କରିଥିଲେ। ଦୀର୍ଘ ଦଶଦିନ ଧରି ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ୨୦ଟି ଦଳ ଭାଗନେଇ ଖେଳିବାର କାର୍ଯ୍ୟକ୍ରମ ରହିଛି। ମା’ କାଳୁଆ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ପକ୍ଷରୁ ସମସ୍ତ ସଦସ୍ଯ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।