ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡା ଦେବେନ୍ଦ୍ର ପ୍ରଧାନଙ୍କ ଶ୍ରଦ୍ଧାଞ୍ଜଳି

ଭଞ୍ଜନଗର (ଅରକ୍ଷିତ ପରିଛା ) : ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡା ଦେବେନ୍ଦ୍ର ପ୍ରଧାନଙ୍କ ଶ୍ରଦ୍ଧାଞ୍ଜଳି ସଭା ରବିବାର ସଂନ୍ଧ୍ୟାରେ ଭଞ୍ଜନଗର ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ ଅନୁଷ୍ଟିତ ହୋଇଯାଇଛି । ଏଥିରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ବର୍ଗତ ଦେବେନ୍ଦ୍ର ପ୍ରଧାନ ଙ୍କ କର୍ମମୟ ଜୀବନ ସମ୍ପର୍କରେ କହିଥିଲେ। ସ୍ବର୍ଗତ ପ୍ରଧାନ ମଣ୍ଡଳ ସଭାପତି ରୁ କେନ୍ଦ୍ରମନ୍ତ୍ରୀ ହୋଇପାରିଥିଲେ। ଗାଁକୁ ଚାଲ ଅଭିଯାନ ସେ ଆରମ୍ଭ କରିଥିଲେ। ଓଡିଶା ଭାଜପା କୁ ଶକ୍ତିଶାଳୀ କରିବାରେ ସ୍ବର୍ଗତ ପ୍ରଧାନ ଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା। ତାଙ୍କରି ଭଳି ଜଣେ ମହାନ୍ ବ୍ୟକ୍ତିଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହେବାକୁ ବିଧାୟକ ନାୟକ ଉପସ୍ଥିତ ନେତା ଓ କର୍ମୀ ଙ୍କୁ ଆହ୍ବାନ କରିଥିଲେ। ଏଥିସହ ସ୍ବର୍ଗତ ପ୍ରଧାନଙ୍କ ପରିବାର ପ୍ରତି ସମବେଦନା ଜଣାଇଥିଲେ ।ସଭାରେ ଭାଜପା ଘୁମୁସର ସାଂଗଠନିକ ଜିଲ୍ଲା ସଭାପତି ନୀଳମାଧଵ ପାତ୍ର ଅଧ୍ୟକ୍ଷତା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଏନଏସି ଏମପି ପ୍ରତିନିଧି ସନ୍ତୋଷ କୁମାର ତିଆଡ଼ି, ବ୍ଲକ ଏମ ପି ପ୍ରତିନିଧି ରବୀନ୍ଦ୍ର କୁମାର ଗୌଡ଼, ନଗର ସଭାପତି ବିଷ୍ଣୁ ପ୍ରଧାନ, ପୂର୍ବତନ ସରପଞ୍ଚ ଧୋବା ଗୌଡ଼, ଭାଜପା ନେତା ଶିବ ଶଙ୍କର ମହାପାତ୍ର, ସନ୍ତୋଷ କୁମାର ପାଳ, ମାନସ ଜେନା, ରଜତ ଦାସ, ମନୋଜ କୁମାର ପଟ୍ଟନାୟକ,ପ୍ରହଲ୍ଲାଦ ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *