
ଭଞ୍ଜନଗର (ଅରକ୍ଷିତ ପରିଛା , ଓଡ଼ିଶା ଟୁଡେ) : ଭଂଜନଗର ବ୍ଲକ୍ ଅନ୍ତର୍ଗତ ଭେଜିପୁଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଭଂଜନଗର NPS ସଂଗଠନ ଓ କନିଷ୍ଠ ଶିକ୍ଷକ ସଂଗଠନ ତରଫରୁ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା l ଏଥିରେ ଭଂଜନଗର NPS ସଂଗଠନ ର ସଭାପତି ଶ୍ରୀଯୁକ୍ତ ଜଗଦୀଶ ନାୟକ ସଭାପତିତ୍ବ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ତ୍ରିନାଥ ପଟ୍ଟନାୟଙ୍କ, ଶ୍ରୀଯୁକ୍ତ ସରୋଜ କାନ୍ତ ଶତପଥି, ଶ୍ରୀଯୁକ୍ତ ଗୋକୁଳ ଚନ୍ଦ୍ର ମଲ୍ଲିକ, ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ମିଶ୍ର, ଶିକ୍ଷୟତ୍ରୀ ଶ୍ରୀମତୀ ଆଶାଲତା ବେହେରା ଓ ଶିକ୍ଷକ ଶ୍ରୀଯୁକ୍ତ ଶିଶିର କାନ୍ତ ପତି ମଞ୍ଚ ଉପରେ ଉପସ୍ଥିତ ଥିଲେ l ଏହି ଉତ୍ସବ ରେ ବ୍ଲକ୍ ର ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ଭୂୟାଁ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଜ୍ଞାପନା କରଯାଇଥିଲା ଓ ତାଙ୍କୁ ସଭାରେ ପୁଷ୍ପଗୁଛ, ଉପଢୌକଣ,ମାନପତ୍ର, ଭାଗବତ ଗୀତା ଓ ତତସହିତ ଉପହାର ମଧ୍ୟ ପ୍ରଦାନ କରାଯାଇଥିଲା l ଏହି ସଭା ଟିକୁ ସଫଳ କରିବାରେ ଶ୍ରୀଯୁକ୍ତ ମୋହନ ସାହୁ,ଶିବାଶିଷ ବେହେରା, ଗଙ୍ଗାଧର ପଣ୍ଡା, ନାରାୟଣ ମହାପାତ୍ର, ଭକ୍ତବନ୍ଧୁ ବିଷୋୟୀ, ରବୀନ୍ଦ୍ର ବେହେରା, ବସନ୍ତ ଚୌଧୁରୀ, ଦେବୀ ଦାଶ, ସୁଜିତ୍ କୁମାର ସ୍ବାଇଁ,ରଞ୍ଜିତ କୁମାର ତ୍ରିପାଠୀ ଓ ଅନ୍ୟ ମାନେ ବହୁତ ସାହାଯ୍ୟ ସହଯୋଗ କରିଥିଲେ । ମଞ୍ଚାସୀନ ଅତିଥି ମାନେ ଓ ସଭାରେ ଉପସ୍ଥିତ ଶିକ୍ଷକ ଶିକ୍ଷୟତ୍ରୀମାନେ ଚାକିରି ରୁ ଅବସର ନେଇଥିବା ଶିକ୍ଷକ ଙ୍କ ଗୁଣଗାନ କରିଥିଲେ ଓ ସେ ଜଣେ ମହାନ ବ୍ୟକ୍ତିତ୍ୱ ର ଅଧିକାରୀ ବୋଲି ବର୍ଣନା ମଧ୍ୟ କରିଥିଲେ । ପରି ଶେଷରେ ସମସ୍ତ ଉପସ୍ଥିତ ସଦସ୍ୟ ମାନଙ୍କୁ ଧନ୍ୟବାଦ ଜଣାଇ ସଭାଟିକୁ ସାଙ୍ଗ କରାଗଲା ।