ଆଜି ପବିତ୍ର ଅଶୋକାଷ୍ଟମୀ: ସାଢେ ୩ଟାରେ ଆରମ୍ଭ ହେବ ରଥଟଣା

ଭୁବନେଶ୍ବର: ଆଜି ପବିତ୍ର ଅଶୋକାଷ୍ଟମୀ। ଆଜି ଅନୁଷ୍ଠିତ ହେବ ପ୍ରଭୁ ଲିଙ୍ଗରାଜଙ୍କ ପ୍ରସିଦ୍ଧ ରୁକୁଣା ରଥଯାତ୍ରା। ଏନେଇ ଚଳଚଞ୍ଚଳ ହୋଇଛି ଏକାମ୍ର କ୍ଷେତ୍ର। ଏଥିଲାଗି ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ପ୍ରାତଃ ୫ଟାରୁ ଆରମ୍ଭ ହୋଇଛି ନୀତିକାନ୍ତି । ସକାଳ ୫ଟାରୁ ୫ଟା୩୦ ମଧ୍ୟରେ ଅନୁଷ୍ଠିତ ହୋଇଛି ମଙ୍ଗଳ ଆରତି। ଏହାପରେ ଅନୁଷ୍ଠିତ ହୋଇଛି ସାହାଣ ମେଲା ଦର୍ଶନ। ପରେ ସରିଛି ରୋଷ ବା ପାକ୍ ପୂଜା ଏବଂ ଛାମୁ ପରିଷ୍କାର ନୀତି ସାରି ୭ରୁ ୮ଟା ମଧ୍ୟରେ ସରିଛି ମହାସ୍ନାନ ନୀତି।ଆଜି ଅନୁଷ୍ଠିତ ହେବ ପ୍ରଭୁ ଲିଙ୍ଗରାଜଙ୍କ ପ୍ରସିଦ୍ଧ ରୁକୁଣା ରଥଯାତ୍ରା। ଏନେଇ ଚଳଚଞ୍ଚଳ ହୋଇଛି ଏକାମ୍ର କ୍ଷେତ୍ର। ଏଥିଲାଗି ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ପ୍ରାତଃ ୫ଟାରୁ ଆରମ୍ଭ ହୋଇଛି ନୀତିକାନ୍ତି । ସକାଳ ୫ଟାରୁ ୫ଟା୩୦ ମଧ୍ୟରେ ଅନୁଷ୍ଠିତ ହୋଇଛି ମଙ୍ଗଳ ଆରତି। ଏହାପରେ ଅନୁଷ୍ଠିତ ହୋଇଛି ସାହାଣ ମେଲା ଦର୍ଶନ। ପରେ ସରିଛି ରୋଷ ବା ପାକ୍ ପୂଜା ଏବଂ ଛାମୁ ପରିଷ୍କାର ନୀତି ସାରି ୭ରୁ ୮ଟା ମଧ୍ୟରେ ସରିଛି ମହାସ୍ନାନ ନୀତି।ଏହାପରେ ବଲ୍ଲଭ ନୀତି ସରି ପ୍ରାୟ ୮ଟି ନୀତି ପରେ ଦିନ ୧୧ଟା ସମୟରେ ପ୍ରଭୁଙ୍କର ବେଶ କରାଯାଇ ମଧ୍ୟାହ୍ନ ୧୨ଟାରେ ହେବ ଯାତ୍ରା ପୂଜା ଏବଂ ୧୨ଟା ୩୦ ସମୟରେ ହେବ ପହଣ୍ଡି। ଏସମସ୍ତ ନୀତି ପରେ ରଥରେ ପୂଜାର୍ଚ୍ଚନା କରାଯାଇ ପ୍ରାୟ ୩ଟା୩୦ରେ ରଥଟଣା ହେବ। ଏଥିପାଇଁ ସମୟ ନିର୍ଦ୍ଧାରଣ କରାଯାଇଛି ।

Leave a Reply

Your email address will not be published. Required fields are marked *