
ବହ୍ମପୁର: ବ୍ରହ୍ମପୁର ପୁଲିସକୁ ବଡ଼ ସଫଳତା ମିଳିଛି। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତିଙ୍କ ଠାରୁ ଠକେଇ ଘଟଣାରେ ପୁଲିସ ଗୁଜରାଟରୁ ଦୁଇ ଜଣ ସାଇବର ଠକଙ୍କୁ ଗିରଫ କରିଛି। ଗିରଫ ୨ ଅଭିଯୁକ୍ତ ହେଲେ ଭୁତୀୟା ଯେନିଲ ଓ ବିଶ୍ୱଜିତ ସିନ ଗୋହିଲ। ସୂଚନାଯୋଗ୍ୟ ଗତ ଫେବ୍ରୁଆରି ୧୪ ତାରିଖରେ ଦୀପଙ୍କର ବର୍ମା ଅର୍ଥ ହେରେଫେର ମାମଲାରେ ସମ୍ପୃକ୍ତ ଦର୍ଶାଇ ସିବିଆଇ ଅଫିସର ତଦନ୍ତ କରୁଥିବା କହି ସାଇବର ଠକମାନେ ବ୍ରହ୍ମପୁର କୁଳପତିଙ୍କୁ ଡିଜିଟାଲ ଆରେଷ୍ଟ କରିଥିଲେ। ସେମାନେ ବଡ଼ ସାହସର ସହିତ ସୁପ୍ରିମକୋର୍ଟର ୱାରେଣ୍ଟ ଅଛି ୧୪ ଲକ୍ଷ ଟଙ୍କା ଦିଆଯାଇଥିବା ଆକାଉଣ୍ଟରେ ଡିପୋଜିଟ କରିବାକୁ ନିର୍ଦେଶ ଦେଇଥିଲେ। କୁଳପତି ମଧ୍ୟ ଠକମାନଙ୍କ କଥାକୁ ବିଶ୍ବାସ କରି ଆକାଉଣ୍ଟରେ ୧୪ ଲକ୍ଷ ଟଙ୍କା ଡିପୋଜିଟ କରିଥିଲେ।ବ୍ରହ୍ମପୁର ସାଇବର ଓ ଅର୍ଥନୈତିକ ଅପରାଧ ଶାଖା ପୁଲିସ ଗଣମାଧ୍ୟମକୁ କହିଛି ଯେ, ସାଇବର ଠକମାନେ କୁଳପତିଙ୍କୁ ଡିଜିଟାଲ ଆରେଷ୍ଟ କରି ୧୪ ଲକ୍ଷ ଟଙ୍କା ଠକି ନେଇଥିଲେ। ଗୁଜରାଟରୁ ଭୁତୀୟା ଯେନିଲ ଓ ବିଶ୍ୱଜିତ ସିନ ଗୋହିଲ ଦୁଇଜଣଙ୍କୁ ଗିରଫ କରିଛି। ସାଇବର ଠକମାନେ ଫେବ୍ରୁଆରି ୨୨ ତାରିଖ ଭିତରେ ଟଙ୍କା ଫେରସ୍ତ ହେବ ବୋଲି କହିଥିଲେ। ୧୫ ତାରିଖରେ ୮୦ ହଜାର ଟଙ୍କା ଆକାଉଣ୍ଟକୁ ଫେରସ୍ତ କରିଥିଲେ। କିନ୍ତୁ ବଳକା ଅର୍ଥ ୨୩ ତାରିଖ ଭିତରେ ଆଉ ଫେରସ୍ତ ନହେବାରୁ ଫେବ୍ରୁ୍ଆରି ୨୪ ତାରିଖରେ କୁଳପତି ବ୍ରହ୍ମପୁର ସାଇବର ପୁଲିସ ଥାନାରେ ଅଭିଯୋଗ କରିଥିଲେ।ପୁଲିସ ମାମଲର ତଦନ୍ତ କରି ଗୁଜରାଟରୁ ଭୁତୀୟା ଯେନିଲ ଓ ବିଶ୍ୱଜିତ ସିନ ଗୋହିଲ ଦୁଇଜଣଙ୍କୁ ଗିରଫ କରିଛି। ଗୁଜରାଟ ଭାବାନଗର ସିଜେ ଏମ କୋର୍ଟରେ ହାଜର କରିବା ପରେ ଟ୍ରାଂଜିଟ ରିମାଣ୍ଡରେ ଓଡିଶା ଆଣିଛି ବ୍ରହ୍ମପୁର ସାଇବର ଓ ଅର୍ଥନୈତିକ ଅପରାଧ ପୁଲିସ। ବ୍ରହ୍ମପୁର ଏସ୍ଡିଜେ ଏମ୍ କୋର୍ଟରେ ହାଜର କରି କୋର୍ଟ ଚାଲାଣ କରାଯାଇଥିବା ବ୍ରହ୍ମପୁର ଏସ୍ପି କହିଛନ୍ତି ।