ଭଞ୍ଜନଗର : ପଶ୍ଚିମବଙ୍ଗ ରେ ରାଷ୍ଟ୍ରପତି ଶାସନ ଲାଗୁ ଦାବି

ଭଞ୍ଜନଗର ( ଅମରେନ୍ଦ୍ର କୁମାର ପଟ୍ଟନାୟକ,ଓଡ଼ିଶା ଟୁଡେ) : ବିଶ୍ବହିନ୍ଦୁ ପରିଷଦ ଓଡ଼ିଶା ପ୍ରଦେଶର ଆହ୍ବାନକ୍ରମେ ବିଶ୍ବହିନ୍ଦୁ ପରିଷଦ ଭଞ୍ଜନଗର ଶାଖା ପକ୍ଷରୁ ମଙ୍ଗଳବାର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଭଞ୍ଜନଗର ଉପଜିଲାପାଳ ଉମାଶଙ୍କର ବେହେରାଙ୍କୁ ପ୍ରଦାନ କରାଯାଇଛି। ଏହି ଅବସରରେବିଶ୍ବହିନ୍ଦୁ ପରିଷଦ, ବଜରଙ୍ଗ ଦଳ, ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ଓ ସାଧାରଣ ଜନତା ଉପସ୍ଥିତ ଥିଲେ।ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ, ୱାକଫ ବିଲ୍‌କୁ ନେଇ ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲାରେ ହିନ୍ଦୁ ମାନଙ୍କ ଉପରେ ନିର୍ଯ୍ୟାତନା ବଢୁଛି। ତେଣୁ ଅନେକ ପରିବାର ଘରଦ୍ୱାର ଛାଡ଼ି ଓଡ଼ିଶାରେ ଆସି ବସବାସ କଲେଣି। ଅନେକ ହିନ୍ଦୁ ଲୋକ ମୃତାହତ ହେଲେଣି। ତେଣୁ ପଶ୍ଚିମବଙ୍ଗ ସରକାରଙ୍କୁ ତୁରନ୍ତ ବରଖାସ୍ତ କରି ସେଠାରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ପାଇଁ ବିଶ୍ବହିନ୍ଦୁ ପରିଷଦ ଘୁମୁସର ଜିଲା ପକ୍ଷରୁ ଦାବି କରାଯାଇଛି ।ଏହି କାର୍ଯ୍ୟକ୍ରମରେ ବିଶ୍ବ ହିନ୍ଦୁ ପରିଷଦ ଘୁମୁସର ସାଂଗଠନିକ ଜିଲା ସମ୍ପାଦକ ବଟକୃଷ୍ଣ ପଣ୍ଡା, ଜିଲା ସଭାପତି ସୁଧୀର ନାୟକ ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମୁରଲୀଧର ପଣ୍ଡା ଏବଂ ଘୁମୁସର ଜିଲା ସଂଘ ଚାଳକ ବନମାଳୀ ଗୈାଡ, ପ୍ରଦୀପ କୁମାର ଆଚାର୍ଯ୍ୟଙ୍କ ସମେତ ରାମକୃଷ୍ଣ ପଣ୍ଡା, ଚନ୍ଦ୍ରକାନ୍ତ ଷଡ଼ଙ୍ଗୀ, ବାସୁଦେବ ନାୟକ, ଶରତ ସୁଆର, ବୁଲୁ ସାହୁ, ନିଳାଦ୍ରୀ ପ୍ରଧାନ, ଅଜୟ କୁମାର ମହାପାତ୍ର, ମାନସ କୁମାର ଜେନା, ନାରାୟଣ ନାୟକ, ଗୁପ୍ତେଶ୍ୱର ସୁବୁଦ୍ଧି ସମେତ ପ୍ରମୁଖ ଉପସ୍ଥିତ ରହି ଉପଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *