ଭଞ୍ଜନଗର : ଉପନିର୍ବାଚନରେ ବିଜେପିର ବାଜିମାତ

ବେଳଗୁଣ୍ଠା ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଓଡ଼ିଶା ଟୁଡେ) : ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଳକ ଅନ୍ତର୍ଗତ ଧୁମୁଛାଇ ପଞ୍ଚାୟତର ସମିତିସଭ୍ୟ ଉପ-ନିର୍ବାଚନ ପାଇଁ ବୁଧବାର ଅନୁଷ୍ଠିତ ହୋଇଥିବା ନିର୍ବାଚନ ର ଫଳାଫଳ ଗୁରୁବାର ପ୍ରକାଶ ପାଇଛି। ଭାଜପା ସମର୍ଥିତ ଶ୍ୟାମସୁନ୍ଦର ନାୟକ ବିଜୟୀ ହୋଇଛନ୍ତି। ସେ ନିକଟତମ ବିଜଦ ସମର୍ଥିତ ପ୍ରାର୍ଥୀ ବିନୋଦିନୀ ନାୟକଙ୍କ ଠୁ ୮୩୫ ଅଧିକ ଭେ।ଟ ପାଇ ବିଜୟୀ ହୋଇଥିବା ଜଣାପଡିଛି। ଉପ ନିର୍ବାଚନ ରେ ଭାଜପାର ଏକ ତରଫା ବିଜୟ ପରେ ଦଳୀୟ ସମର୍ଥକ ବିଜୟ ଉତ୍ସବ ମନାଇଛନ୍ତି। ସ୍ଥାନୀୟ ବିଧାୟକ ନୀଳମଣି ବିଷୋୟୀ ନବ ନିର୍ବାଚିତ ସମିତିସଭ୍ୟ ଶ୍ରୀ ନାୟକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଦୁଇ ରାଜନୈତିକ ଦଳର ମୁହାଁମୁହିଁ ଓ କାଁଭାଁ ଉତ୍ତେଜନା ମଧ୍ୟରେ ବୁଧବାର ଫଚାୟତର ମୋଟ ୧୫ଟି ୱାର୍ଡରେ ନିର୍ବାଚନ ହୋଇଥିଲା। ଫଚାୟତର ମୋଟ ୫୪୨୯ ଜଣ ଭୋଟରଙ୍କ ମଧ୍ୟରୁ ୩୦୬୬ ଜଣ ଅର୍ଥାତ ୫୬.୪୭ ପ୍ରତିଶତ ଭୋଟର ମତଦାନ କରିଥିଲେ। ସକାଳ ୭ଟାରୁ ମତଦାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସତ୍ତ୍ୱେ ଭୋଟରମାନେ ଅପରାହ୍ନ ଗୋଟାଏ ସୁଦ୍ଧା ମତଦାନ କରିଥିଲେ। କିନ୍ତୁ, ବହୁ ଭୋଟର ସୁରତ, ତାମିଲନାଡୁ ଓ ଅନ୍ୟାନ୍ୟ ରାଜ୍ୟକୁ ଶ୍ରମିକଭାବେ କାମ କରିବାକୁ ଚାଲି ଯାଇଥିବାରୁ ଭୋଟହାର ଆଶାତୀତ ଭାବେ ହୋଇ ପାରି ନ ଥିଲା। ଏହି ଉପ-ନିର୍ବାଚନରେ ଭାଜପା ପକ୍ଷରୁ ଶ୍ୟାମସୁନ୍ଦର ନାୟକ ଓ ବିଜଦ ପକ୍ଷରୁ ବିନୋଦିନୀ ନାୟକ ନିର୍ବାଚନ ଲଢିଥିଲେ। ଏହି ଉପ-ନିର୍ବାଚନ ଅତ୍ୟନ୍ତ ଗରୁତ୍ବପୂର୍ଣ୍ଣ ଥିବାରୁ ସମଗ୍ର ବେଲଗୁଣ୍ଠା ବ୍ଳକରେ ରାଜନୈତିକ ବାତାବରଣ ଚଳ ଚଂଚଳ ହୋଇ ଉଠିଥିଲା। ଗୁରୁବାର ନିର୍ଧାରିତ ସମୟ ମଧ୍ୟରେ ଗଣନା ହୋଇଥିଲା। ଗଣନା ପରେ ଭାଜପା ସମର୍ଥୀତ ଶ୍ୟାମସୁନ୍ଦରଙ୍କୁ ୧୯୦୧ ଓ ବିନୋଦିନୀଙ୍କୁ ୧୦୬୬ ଟି ଭେ।ଟ ମିଳିଥିଲା। ସେହିପରି ୯୯ ଟି ନାକଚ ହୋଇଥିଲା।ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଅତିରିକ୍ତ ଏସ୍‌ପି ରଂଜନ ଦେ,ଏସଡିପିଓ ସୁଜିତ୍‌ କୁମାର ନାୟକ, ବେଲଗୁଣ୍ଠା ଥାନା ଅଧିକାରୀ ବନବାସୀ ପ୍ରଧାନ, ଭଞ୍ଜନଗର ଥାନାଧିକାରୀ ଜିବନାନନ୍ଦ ଜେନା ଙ୍କ ସମେତ ବହୁ ସଂଖ୍ୟରେ ପୁଲିସ ଫୋର୍ସ ମୃତୟନ ଥିଲେ। ତହସିଲଦାର କଳାକୃଷ୍ଣ ପ୍ରଧାନ ମାଜିଷ୍ଟ୍ରେଟ ଦାୟିତ୍ବରେ ଥିଲେ ।

Leave a Reply

Your email address will not be published. Required fields are marked *