ଭଞ୍ଜନଗର : ଦୁର୍ଘଟଣାରେ ଆହତ ଙ୍କ ପାଖରେ ପହଁଚିଲେ ବିଧାୟକ

ଭଞ୍ଜନଗର (ଅରକ୍ଷିତ ପରିଛା , ଓଡ଼ିଶା ଟୁଡେ) : କୋଟିବରାଡ଼ି ପ୍ରାଥମିକ ବିଦ୍ୟାଳୟ ସମୂଖ ରେ ଆଜି ଦିନ ପ୍ରାୟ ୧୧ଘଣ୍ଟ ସମୟରେ ଗୋଟିଏ ବାଇକ ଓ ସାଇକଲ ମଧ୍ୟରେ ମୁଁହା ମୁଁହି ଦୁର୍ଘଟଣା ଘଟିଛି ସୂଚନା ପ୍ରକାରେ କୋଟିବାରଡ଼ି ଗ୍ରାମ ର ଉଦୟ ନାଇକି (୬୦) ସାଇକଲ ରେ ନଦୀରୁ ଗାଧୋଇ ଫେରୁଥିବା ସମୟରେ କୁଲାଡ଼ ରୁ ବାଇକ ରେ ଫେରୁଥିବା ଲେମ୍ଭେଇ ପଞ୍ଚାୟତ ବାଲିସାହି ଗ୍ରାମ ର ବଦ୍ରୀନାଥ ଓଦଣ୍ଡରା (୪୪) ଙ୍କ ମଧ୍ୟରେ ଦୁର୍ଘଟଣା ଘଟିଥିଲା ଏଥିରେ ଉଭୟ ଗୁରୁତର ହୋଇଥିଲେ। ଘଟଣା ସ୍ଥଳରେ ଭଞ୍ଜନଗର ପୋଲିସ ପହଁଞ୍ଚି ଆହତ ଙ୍କୁ ମେଡିକାଲ ପହଞ୍ଚାଇଥିଲେ। ଖବର ପାଇବା ପରେ ଭଞ୍ଜନଗର ବିଧାୟକ ପ୍ରଦୁମ୍ନ କୁମାର ନାୟକ ପହଁଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ ଏବଂ ଆମ୍ବୁଲାନ୍ସ ଡକାଇ ଉଭୟ ଙ୍କୁ ବ୍ରହ୍ମପୁର ଏମକେସିଜି କୁ ଉର୍ନତ ଚିକିତ୍ସା ପାଇଁ ପଠାଇଥିଲେ। ବିଧାୟକ ଙ୍କ ସହ ଡିଆରଡିଏ ସାଂସଦ ପ୍ରତିନିଧି ଶିବଶଙ୍କର ପ୍ରଧାନ, ଭାଜପା କୁଲାଡ଼ ମଣ୍ଡଳ ସଭାପତି କୁବେର ପ୍ରଧାନ ଉପସ୍ଥିତ ରହିଥିଲେ ।

Leave a Reply

Your email address will not be published. Required fields are marked *