ଭଞ୍ଜନଗର : ୪୮ ପ୍ରହର ନାମଯଜ୍ଞ ଉଦଯାପିତ: ବିଶ୍ୱଶାନ୍ତି ପାଇଁ ପ୍ରାର୍ଥନା କଲେ ବିଧାୟକ

ଭଞ୍ଜନଗର ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଓଡ଼ିଶା ଟୁଡେ) : ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଲିସିଙ୍ଗିରେ ୭ ଦିନବ୍ୟାପି ଚାଲିଥିବା ୪୮ ପ୍ରହର ନାମଯଜ୍ଞ ସୋମବାର ସକାଳ ୮ ଟାରେ ଉଦଯାପିତ ହୋଇଯାଇଛି। ଏହି ଅବସରରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ରବିବାର ରାତିରେ ନାମଯଜ୍ଞରେ ଯୋଗଦେଇ ବିଶଶାନ୍ତି ପାଇଁ ପ୍ରାର୍ଥନା କରିଥିଲେ। ଏଥିସହ ବ୍ଲକର ବିଭିନ୍ନ ଅଞ୍ଚଳରୁ ନାମଯଜ୍ଞ ଦେଖିବାକୁ ଆସିଥିବା ଲୋକଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ୭ ଦିନ ବ୍ୟାପି ୪୮ ପ୍ରହର ଅଖଣ୍ଡ ନାମଯଜ୍ଞ, ଘୃତ ଯଜ୍ଞ, ଅର୍ନ ଯଜ୍ଞ ଓ ଗୋ ଯଜ୍ଞ ଅନୁଷ୍ଟିତ ହୋଇଥିଲା। ଏହି ଅବସରରେ ଦୈନନ୍ଦିନ ହଜାର ହଜାର ଲୋକ ନାମ ଯଜ୍ଞରେ ଯୋଗଦେଇ ଠାକୁରଙ୍କ ଦର୍ଶନ କରିବା ସହ ପ୍ରସାଦ ସେବନ କରୁଥିଲେ। ଏଥିସହ ମିନାବଜାରରେ ମଧ୍ୟ ଭିଡ଼ ହେଉଥିଲା। ନାମ ଯଜ୍ଞରେ ମାଣପୁର, କେପିଟି, ବାରଦଣ୍ଡା, ଜରିପଲ୍ଲୀ, ଭାଲିଆଖାଇ, ଉଲିଦନ ଓ ତିଲିସିଙ୍ଗି ନାମ ସଙ୍କୀର୍ତ୍ତନ ଦଳ ଯୋଗଦେଇ ନାମ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ଗ୍ରାମବାସୀ ସହଯୋଗ କରିଥିଲେ। ୫ ତାରିଖରେ ଗଙ୍ଗା ଆବାହନ ହୋଇଥିବା ବେଳେ ଦଧି ହାଣ୍ଡି ଭଞ୍ଜନ ପରେ ନାମ ଯଜ୍ଞ ଉଦଯାପିତ ହୋଇଥିଲା। ବିଧାୟକଙ୍କ ଗସ୍ତ ସମୟରେ ଭାଜପା ଘୁମୁସର ସାଙ୍ଗଠନିକ ଜିଲ୍ଲା ସଭାପତି ନୀଳ ମାଧବ ପାତ୍ର, ଭଞ୍ଜନଗର ବିଜ୍ଞ୍ୟାପିତ ଅଞ୍ଚଳ ପରିଷଦର ନଗରପାଳ ଗୋପବନ୍ଧୁ ମହାପାତ୍ର, ସାଂସଦ ପ୍ରତିନିଧି ସନ୍ତୋଷ ତିଆଡ଼ି, ରବୀନ୍ଦ୍ର କୁମାର ଗୌଡ଼, ଭାଜପା ନେତା ପଦ୍ମ ପ୍ରଧାନ, ଟୁଟୁ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *