ଭଞ୍ଜନଗର : ବିକାଶ ପାଇଁ ଆଦିବାସୀଙ୍କ ମେଳି-ଦାବି ଶୁଣନ୍ତୁ ସରକାର…

ଭଞ୍ଜନଗର ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଓଡ଼ିଶା ଟୁଡେ): ଭଞ୍ଜନଗର ନିକଟସ୍ଥ ସୋରିଷମୁଳୀ ଜଳସମ୍ପଦ ବିଭାଗ ଡାକ ବଙ୍ଗଳାରେ ମାଳ ବିକାଶ ମଞ୍ଚ ଓ ଜିରୋ ପ୍ରୋ ଗ୍ରୁପ ପକ୍ଷରୁ ମିଳିତ ଭାବେ ବୁଧବାର ଆଦିବାସୀମାନଙ୍କ ବିକାଶ ପାଇଁ ଏକ ସଭା ଅନଷ୍ଠିତ ହୋଇଥିଲା। ଏଥିରେ ମାଳ ବିକାଶ ମଞ୍ଚ ସଭାପତି ଶତ୍ରୁଘ୍ନ ଗୌଡ, ଉପ ସଭାପତି ଉଦୟ ଜାନି, ସମ୍ପାଦକ ଯୁବରାଜ ଜାନି, ସଂଗଠକ ସୁଶାନ୍ତ କୁମାର ସାହୁ ପ୍ରମୁଖ ଯୋଗଦେଇଥିଲେ। ଏବେବି ଭଞ୍ଜନଗର ଉପଖଣ୍ଡର ଅନେକ ଆଦିବାସୀ ଗ୍ରାମକୁ ପକ୍କା ରାସ୍ତା, ବିଜୁଳି, ପାଣି ସୁବିଧା ନ ଥିବା ସେମାନେ ଅଭିଯୋଗ କରିଥିଲେ। ତେଣୁ ସରକାର ଆଦିବାସୀ ମାନଙ୍କ ବିକାଶ ପ୍ରତି ଧ୍ୟାନ ଦେବାପାଇଁ ମଞ୍ଚ ପକ୍ଷରୁ ଦାବି କରାଯାଇଛି। ନଚେତ ଆଗାମୀ ଦିନରେ ଆଦିବାସୀମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ସଭାପତି ଶତ୍ରୁଘ୍ନ ସଭାରେ ପ୍ରକାଶ କରିଛନ୍ତି। ଏହା ପରେ ସେଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ତାରସିଂ ମେଡିକାଲ କୁ ୧୦୦ ଶଯ୍ୟା ବିଶିଷ୍ଟ କରାଯାଉ। ହାତୀଗଡା, ସଲପତାଇଲା, ଗାୟଗଣ୍ଡା ପ୍ରମୁଖ ଅଞ୍ଚଳର ବିକାଶ ପାଇଁ ସରକାର ଦୃଷ୍ଟି ଦିଆଯାଉ ବୋଲି ଶତ୍ରୁଘ୍ନ କହିଛନ୍ତି ।

Leave a Reply

Your email address will not be published. Required fields are marked *