
ପୁରୀ (ବଳରାମ ତ୍ରିପାଠୀ, ଓଡ଼ିଶା ଟୁଡେ) : ନୂଆ ଜଗନ୍ନାଥ ସଡ଼କ ସୁକଳ ନିକଟରେ ଆମ୍ବୁଲାନ୍ଦ ଦୁର୍ଘଟଣାଗ୍ରସ୍ତ ହାଇଛି। ରାସ୍ତା ପାର୍ଶ୍ବରେ ଥିବା ଏକ ଦୋକାନ ଭିତରକୁ ୧୦୮ ଆମ୍ବୁଲାନ୍ସ ଧସେଇ ପଶିଛି। ଦାକାନୀ ଅଳ୍ପକେ ବର୍ତି ଯାଇଥିବା ବେଳେ ଆମ୍ବୁଲାନ୍ସରେ ଥିବା କର୍ମଚାରୀ, ରୋଗୀ ଓ ତାଙ୍କ ସମ୍ପର୍କୀୟ ମଧ୍ୟ ରକ୍ଷା ପାଇଯାଇଛନ୍ତି। ବୁଧବାର ମଧ୍ୟାହ୍ନ ସମୟରେ ଜଣେ ଣେ ଗର୍ଭବତୀଙ୍କୁ ଡାକ୍ତରଖାନା ନେଇ ଯାଉଥିବା ଏହି ଆମ୍ବୁଲାନ୍ସଟି ଭାରସାମ୍ୟ ହରାଇ ଦୋକାନ ଭିତରକୁ ପଶି ଯାଇଥିଲା। ଯାନ୍ତ୍ରିକ ସମସ୍ୟା କାରଣରୁ ଏହି ଦୁର୍ଘଟଣା ଘଟିଥିବା ଚାଳକ କହିଥିଲେ। ପରେ ଅନ୍ୟ ଏକ ଆମ୍ବୁଲାନ୍ସ ଯୋଗେ ଗର୍ଭବତୀଙ୍କୁ ଡାକ୍ତରଖାନା ନିଆଯାଇଥିଲା ।