ବେଲଗୁଣ୍ଠା: ବଜ୍ରାଘାତରେ ଯୁବତୀଙ୍କ ମୃତ୍ୟୁ

ବେଲଗୁଣ୍ଠା ୧୬/୦୫ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା କେବିରିବରପୁର ଗ୍ରାମରେ ଶୁକ୍ରବାର ବଜ୍ରାଘାତ ଘଟି ଜଣେ ଯୁବତୀ ଙ୍କ ମୃତ୍ୟୁ ଘଟିଛି। ମୃତ ଯୁବତୀ ଜଣକ ସେହି ଗ୍ରାମର ରିତା ଗୌଡ଼(୩୦)।ସୂଚନାନୁସାରେ ଆଜି ଅପରାହ୍ନ ସମୟରେ ରିତା ଗାଁ ନିକଟସ୍ଥ ବିଷୋୟୀ ତୋଟାରେ ଆମ୍ବ ଗୋଟାଉ ଥିବା ବେଳେ ମେଘ ପବନ ଆସିବା ସହ ବଜ୍ରାଘାତ ହୋଇଥିଲା। ଫଳରେ ଘଟଣା ସ୍ଥଳରେ ହିଁ ରିତା ଗୂରୁତର ହୋଇ ପଡିଥିଲେ। ପରିବାର ଲୋକେ ତୁରନ୍ତ ତାଙ୍କୁ ଉଦ୍ଧାର କରି ଭଞ୍ଜନଗର ମେଡିକାଲ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

Leave a Reply

Your email address will not be published. Required fields are marked *