ଛତ୍ରପୁର: ୬୮.୮୧ ଗ୍ରାମ ବ୍ରାଉନ୍ ସୁଗାର ଜବତ ସହ ୩ ଗିରଫ । ନଗଦ ୯୪୦ ଟଙ୍କା ଓ ୩ ମୋବାଇଲ ଜବତ

ଛତ୍ରପୁର ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଓଡ଼ିଶା ଟୁଡେ): ଛତ୍ରପୁର : ଗଂଜାମ ଜିଲ୍ଲା ଛତ୍ରପୁରର ବାଇପାସ ଜାତୀୟ ପାର୍ଶ୍ଵ ଆର କେ ଢାବା ନିକଟ ଆମ୍ବ ବଗିଚାରେ ଏକ ସୂତ୍ରରୁ ଖବର ପାଇ ଛତ୍ରପୁର ଥାନା ପୋଲିସ୍ ଚଢ଼ାଉ କରିଥିଲା ସେଠାରୁ ୩ ଜଣ ଙ୍କୁ ଧରିବା ସହ ସେମାନଙ୍କ ଠାରୁ ୬୮.୮୧ ଗ୍ରାମ ବ୍ରାଉନ୍ ସୁଗାର ଜବତ କରିଥିବା ବେଳେ ସେମାନଙ୍କ ଠାରୁ ୯୪୦/- ଟଙ୍କା ନଗଦ ଓ ତିନୋଟି ମୋବାଇଲ୍ ଜବତ କରି ତିନି ଜଣଙ୍କୁ ପୋଲିସ ଗିରଫ କରିଛି ।ସେମାନେ ହେଲେ ଛତ୍ରପୁର ସାନ୍ତିନଗରର ଦିଲୀପ କୁମାର ନାୟକ (୩୩)ଓରଫ (ଲିପୁ) , ରିକାପଲି ର ରାମା ନାୟକ (୫୨)ଓରଫ (ପହଲା) ଓ ଖୋର୍ଦ୍ଧା ଜିଲା ଜଟଣୀ ଥାନା ତିରୁମାଲା ର ପୂର୍ଣ୍ଣଚନ୍ଦ୍ର ମହାନ୍ତି(୪୪) ଓରଫ (ରଣଜିତ୍) ପୋଲିସ ର କହିବାନୁଯାୟୀ ପ୍ରାୟ ୦୩.୪୦ ସମୟରେ ୧୧୨ କଲ୍ ରୁ ସୂଚନା ପାଇଥିଲେ ଯେ ଢାବା ନିକଟରେ ଥିବା ଆମ୍ବ ବଗିଚାରେ ତିନି ଜଣ ବ୍ୟକ୍ତି ବସିଛନ୍ତି। ସେମାନଙ୍କ ମଧ୍ୟରୁ ଦୁଇଜଣ ଧଳା ସାର୍ଟ ଏବଂ ଗୋଟିଏ ନୀଳ ଟି-ସାର୍ଟ ପିନ୍ଧିଛନ୍ତି ଏବଂ ସନ୍ଦେହ କରୁଛନ୍ତି ଯେ ସେମାନେ ସ୍ଥାନୀୟ ଲୋକଙ୍କୁ ବିପୁଳ ପରିମାଣର ବ୍ରାଉନ୍ ସୁଗାର ରଖିଛନ୍ତି ଏବଂ ସେମାନଙ୍କ ଗ୍ରାହକମାନଙ୍କୁ ବିକ୍ରୟ କରୁଛନ୍ତି। ସୂଚନାର ସତ୍ୟତା ଯାଞ୍ଚ କରିବା ପାଇଁ ପୋଲିସ ଟିମ ଚଢାଉ କରି ସମସ୍ତ ଆଇନଗତ ଔପଚାରିକତା ପାଳନ କରି ଚୋରା ବ୍ରାଉନସୁଗାର ଚିହ୍ନଟ କରିଥିଲେ, ଏବଂ ୬୮.୮୧ ଗ୍ରାମ ଚୋରା ବ୍ରାଉନସୁଗାର ଜବତ କରାଯାଇଥିଲା, ଯାହା ଏଣ୍ଡିପିଏସ ଆଇନ ଅନୁଯାୟୀ ଏକ ଅପରାଧ ଏବଂ ଏନେଇ ମାମଲା ରୁଜୁ କହିଛନ୍ତି ।

Leave a Reply

Your email address will not be published. Required fields are marked *