ଭଞ୍ଜନଗର : ମାଟି ତଳେ ଶିବଲିଙ୍ଗ , ଉଦ୍ଧାର କଲେ ଗ୍ରାମବାସୀ,ବେଣାକୁନ୍ଦା ଗ୍ରାମ ରେ ଅଲୌକିକ ଘଟଣା

ଭଞ୍ଜନଗର ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଓଡ଼ିଶା ଟୁଡେ): ଭାରତ ଏକ ପୁଣ୍ୟ ମାଟି, ଯାହାକି ଦେବା ଭୂମି ବେଦ ଭୂମି ଆର୍ଯ୍ୟ ଭୂମି ରୂପେ ପରିଗଣିତ। ଭାରତ ବର୍ଷ ରେ ପୂଜା ପାଆନ୍ତି ତେତିଶି କୋଟି ଦେବା ଦେବି। ସର୍ବ ଧର୍ମ ସମ୍ପନ୍ନ ଭାରତ ର ପରମ୍ପରା। ତନ୍ମଧ୍ୟରୁ ଘୁମୁସର ଶ୍ରେଷ୍ଠ ରୁପେ ବିବେଚିତ ହୋଇଛି। ଭଞ୍ଜନଗର ନିକଟସ୍ଥ ବେଣାକୁନ୍ଦା ଗ୍ରାମ ରେ ଦେଖିବାକୁ ମିଳିଛି ଏକ ଅଲୌକିକ ଦୃଶ୍ୟ। ସୂଚନା ଅନୁସାରେ ଗ୍ରାମ ର ଶଙ୍କର ଗୌଡ଼ ଙ୍କୁ ସଂକ୍ରାନ୍ତି ପୂର୍ବ ଦିନ ରାତି ସମୟରେ ଦେବଦେବ ମହାଦେବ ଙ୍କ ସ୍ୱପ୍ନାଦେଶ ହୋଇଥିଲା ସେ ସକାଳ ସମୟରେ ଗ୍ରାମବାଶୀ ମାନଙ୍କ ସହ ଗ୍ରାମ ର ବାରିପାଖ ସାହି ରେ ଥିବା ଗାଁ ବନ୍ଧ କୁ ଯାଇ ସେଠି ଠାକୁର ଙ୍କୁ ଖୋଜିଥିଲେ। ସ୍ୱପ୍ନାଦେଶ ଅନୁସାରେ ପୋଖରୀ ନିକଟରେ ଏକ ବୁଦା ମୂଳ ରେ କାଦୁଆ ପଙ୍କ ମଧ୍ୟରେ ଶିବ ଠାକୁର ଙ୍କ ଏକ ଦିବ୍ୟ ଶିଳା ଲିଙ୍ଗ ସେମାନେ ପାଇଥିଲେ। ସଙ୍ଗେ ସଙ୍ଗେ ଗ୍ରାମର ଅନ୍ୟ ସମସ୍ତ ଙ୍କୁ ଜଣାଇଥିଲେ ଗ୍ରାମର ସମସ୍ତ ଲୋକ ସେହି ପାଖକୁ ଯାଇ ଭିଡ ଜମାଇଥିଲେ। ପୂଜାର୍ଚନା କରିବା ସହ ଭୋଗ ଧୂପ ଦୀପ ଦେଇ ଠାକୁର ଙ୍କୁ ଉଦ୍ଧାର କରିଥିବା ସୂଚନା ମିଳିଛି। ପରେ ଗ୍ରାମ ରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ଗ୍ରାମ ରେ ଠାକୁର ଙ୍କ ମନ୍ଦିର ନିର୍ମାଣ ପାଇଁ ଆଲୋଚନା ମଧ୍ୟ ହୋଇଛି ।

Leave a Reply

Your email address will not be published. Required fields are marked *