ଭଞ୍ଜନଗର : ଓଡିଶା ଅଣଗେଜେଟେଡ଼ ବନସେବା ସଙ୍ଘ ନିର୍ବାଚନ : ନୂତନ ସଭାପତି, ସମ୍ପାଦକ ନିର୍ବାଚିତ

ଭଞ୍ଜନଗର ( ଅମରେନ୍ଦ୍ର କୁମାର ପଟ୍ଟନାୟକ,ଓଡ଼ିଶା ଟୁଡେ): ଓଡିଶା ଅଣଗେଜେଟେଡ ବନସେବା ସଂଘ ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଶାଖାର ନୂତନ ସଭାପତି ଏବଂ ସମ୍ପାଦକ ନିର୍ବାଚନ ମଙ୍ଗଳବାର ଅନୁଷ୍ଟିତ ହୋଇଯାଇଛି। ଏଥିରେ ସଭାପତି ଭାବେ ବନପାଳ ସନ୍ତୋଷ କୁମାର ପାତ୍ର ନିର୍ବାଚିତ ହୋଇଥିବାବେଳେ ସମ୍ପାଦକ ଭାବେ ପ୍ରଦ୍ୟୁମ୍ନ କୁମାର ବିଷୋୟୀ ନିର୍ବାଚିତ ହୋଇଛନ୍ତି। ନିର୍ବାଚନକୁ ବ୍ରହ୍ମପୁର ଜୋନ ସଭାପତି ଅନୁପ କୁମାର ବିଷୋୟୀ, ଜୀନ ତ୍ରିପାଠୀ, ଜିତୁ ସେଠୀ, ଶୁଭସ୍ମିତା ପାତ୍ର, ଅଭିମନ୍ୟୁ ମଲ୍ଲିକ ପ୍ରମୁଖ ପରିଚାଳନା କରିଥିଲେ। ବୈଠକରେ ସଙ୍ଘର ସମସ୍ତ ସଭ୍ୟା, ସଭ୍ୟଙ୍କ ଉନ୍ନତି କିଭଳି ହେବ, ଅଫିସ ଏବଂ ସଂଘ ମଧ୍ୟରେ ସମନୟ ରକ୍ଷା କରି ବିଭାଗର ଉନ୍ନତି କରିବା, ସଙ୍ଘର ନିଜସ୍ବ କାର୍ଯ୍ୟାଳୟ ନିର୍ମାଣ, ଶହୀଦ ସ୍ମୃତି ସ୍ତମ୍ଭ ନିର୍ମାଣ ଉପରେ ଆଲୋଚନା ହୋଇଥିଲା। ଏଥିସହ କର୍ମଚାରୀମାନେ କିଛି ସମାଜ ସେବା କାର୍ଯ୍ୟ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା। ଆଗାମୀ ଦିନରେ ରକ୍ତଦାନ ଶିବିର ଆୟୋଜନ ସହ ମେଡିକାଲ ସମେତ ବିଭିନ୍ନ ସ୍ଥାନରେ ସଫେଇ କାର୍ଯ୍ୟ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି ବୋଲି ଜୋନ ସଭାପତି ଅନୁପ କୁମାର ବିଷୋୟୀ ଏଠାରେ ସୂଚନା ଦେଇଛନ୍ତି।ସୂଚନାଯୋଗ୍ୟ ଯେ, ପୂର୍ବରୁ ବନଖଣ୍ଡ ସଭାପତି ଥିବା ଅନୁପ କୁମାର ବିଷୋୟୀ ଜୋନ ସଭାପତି ଭାବେ ନିର୍ବାଚିତ ହେବାରୁ ଉକ୍ତ ପଦବୀ ଖାଲି ପଡିଥିଲା। ସେହିଭଳି ପୂର୍ବରୁ ସମ୍ପାଦକ ଥିବା ସୁଶାନ୍ତ ମିଶ୍ର ମଧ୍ୟ ନିଜର କାର୍ଯ୍ୟ ବ୍ୟସ୍ତତା ଯୋଗୁ ପଦବୀରୁ ଇସ୍ତଫା ଦେଇଥିଲେ। ଫଳରେ ଖାଲିଥିବା ଉକ୍ତ ଦୁଇ ପଦବୀ ପାଇଁ ନିର୍ବାଚନ ଆବଶ୍ୟକ ପଡ଼ିଥିଲା। ତେଣୁ ନୂତନ ଭାବେ ସନ୍ତୋଷ ସଭାପତି ଏବଂ ପ୍ରଦ୍ୟୁମ୍ନ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିଲା। ଏନେଇ ଲାଲସିଂ ନର୍ସରୀ ପରିସରରେ ଏକ ସ୍ବତନ୍ତ୍ର ବୈଠକ ହୋଇଥିଲା ।

Leave a Reply

Your email address will not be published. Required fields are marked *