
ବୁଗୁଡ଼ା( ସୋରେନ କୁମାର ପ୍ରଧାନ, ଓଡ଼ିଶା ଟୁଡେ): ଭାରତର ବୀର ସୈନିକମାନେ ଆତଙ୍କବାଦିଙ୍କ ବିରୁଦ୍ଧରେ ନିଆଯାଇଥିବା ସାହସିକ ଆକ୍ରମଣ ପଦକ୍ଷେପକୁ ସମର୍ଥନ ଏବଂ ଉତ୍ସାହିତ କରିବା ନିମନ୍ତେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ କ୍ଷୁଦ୍ର ଓ ଅତି କ୍ଷୁଦ୍ର ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ନିର୍ଦ୍ଦେଶକ୍ରମେ ବୁଗୁଡା ନଗର ସଭାପତି କେଦାରନାଥ ମହାରଣାଙ୍କ ତତ୍ତ୍ୱାବଧାନରେ ଆଜି ପରାକ୍ରମ ତ୍ରିରଙ୍ଗା ଶୋଭାଯାତ୍ରା ହଜାର ହଜାର ଲୋକଙ୍କ ଗହଣରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ମଲ୍ଲିକ ସାମିଲ ହୋଇ ବିରଞ୍ଚିନାରାୟଣ କଲ୍ୟାଣ ମଣ୍ଡପ ଠାରୁ ବିରାଟ ପଦଯାତ୍ରାରେ ବାହାରି ସହର ପରିକ୍ରମା କରି ମୁଖ୍ୟ ସଡ଼କ ଦେଇ ମଦନମୋହନ ଛକ ଠାରେ ପହଞ୍ଚି ଏକ ସଭା ଆୟୋଜନ କରି ଭାରତର ବୀର ଯବାନଙ୍କ ବୀରତ୍ୱର ଗାଥା ଗାଇ,ଦେଶ ପାଇଁ ବଳିଦାନ ଦେଇଥିବା ସୈନିକ ମାନଙ୍କ ବଳିଦାନ କୁ ନମନ୍ କରି ସେମାନଙ୍କ ପାଇଁ ଆଜି ଆମେ ସୁରକ୍ଷିତ ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ ପ୍ରକାଶ କରିଥିଲେ ।ଏହାପରେ ଶୋଭାଯାତ୍ରା ବୁଦ୍ଧଖୋଲ ଛକ ଦେଇ ବ୍ଳକ ଛକ ଠାରେ ଶେଷ ହୋଇଥିଲା ।