ଭଞ୍ଜନଗର : ୧୧ ମଇଁଷି ଉଦ୍ଧାର,୪ ଗିରଫ


ଭଞ୍ଜନଗର ( ଅମରେନ୍ଦ୍ର କୁମାର ପଟ୍ଟନାୟକ,ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅଞ୍ଚଳରୁ ପଡୋଶୀ କନ୍ଧମାଳ ଜିଲ୍ଲା କୁ ବେଆଇନ ଭାବେ ମଇଁଷୀ ଚାଲାଣ ହେଉଥିଲା ବେଳେ ଗୁରୁବାର ଭଞ୍ଜନଗର ପୁଲିସ ଏକ ପିକଅପ ଭ୍ୟାନ୍ ଜବତ କରି ୧୧ ଟି ମଇଁଷି କୁ ଉଦ୍ଧାର କରିଛି। ଏହା ସହ ଏହି ଘଟଣାରେ ପୁଲିସ ଗାଡିର ଡ୍ରାଇଭର ଓ ହେଲପରଙ୍କ ସମେତ ଉଭୟ କ୍ରେତା ଓ ବିକ୍ରେତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ଜିବନାନନ୍ଦ ଜେନା ସୁଚନା ଦେଇଛନ୍ତି ।

ସୁଚନାନୁସାରେ, ଗୁରୁବାର ଭଞ୍ଜନଗର ଥାନା ଅଧିକାରୀ ଜିବନାନନ୍ଦ ଜେନାଙ୍କ ନିର୍ଦେଶ କ୍ରମେ ଏସଆଇ ସମିର କୁମାର ସେଠି ଙ୍କ ନେତୃତ୍ୱ ରେ ପୁଲିସ ଟିମ୍ ଭଞ୍ଜନଗର ଫୁଲବାଣୀ ରାସ୍ତାର ମୁଜାଗଡ ଅଞ୍ଚଳ ରେ ପେଟ୍ରୋଲିଂ କରୁଥିଲେ। ସେହି ସମୟରେ ଖାରିଗୁଡାରୁ ଜି. ଉଦୟଗିରି କୁ ଏକ ପିକଅପ ଭ୍ୟାନ୍ ରେ ବେଆଇନ ଭାବେ ମଇଁଷି ଚାଲାଣ ହେଉଥିବା ଖବର ପାଇ ଚଢାଉ ଦୁର୍ଗାପ୍ରସାଦ ନିକଟରେ ଗାଡିକୁ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ଗାଡିରେ ୧୧ ଟି ମଇଁଷି ଥିବା ଜଣା ପଡିଥିଲା। ଏହି ମଇଁଷୀ ଗୁଡିକୁ ସେମାନେ ବେଆଇନ ଭାବେ ଜିଲ୍ଲା ବାହାରକୁ ନେଉଥିବା ପଚରାଉଚରା ବେଳେ ଜଣା ପଡିଥିଲା। ଏହି ଘଟଣାରେ ପୁଲିସ ଏକ ମାମଲା ରୁଜୁ କରି ପିକଅପ ଭ୍ୟାନ୍ ଜବତ କରିବା ସହ କନ୍ଧମାଳ ଜିଲ୍ଲା ବାଲିଗୁଡା ର ଆଶିଷ କନ୍ଧପାଣି, ଆକାଶ ନାୟକ, ଅଲବ୍ରତ ନାଇକ ଓ ନାରାୟଣ ଗୌଡ଼ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଉଦ୍ଧାର ମଇଁଷି ଗୁଡିକୁ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ସ୍ଥିତ କରଚୁଲି ଆଶ୍ରମରେ ଛଡାଯିବ ବୋଲି ଥାନାଧିକାରୀ ଜିବନାନନ୍ଦ ଜେନା କହିଛନ୍ତି ।

Leave a Reply

Your email address will not be published. Required fields are marked *