
ଆସିକା ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଓଡ଼ିଶା ଟୁଡେ): ନୁଆଁ ନୂଆ ତରିକା ରେ ହେଉଛି ଗୋ ଚାଲାଣ।ତେଣୁ ଥମୁନି ଗୋ ଚୋରା ଚାଲାଣ ରେକେଟର କାର୍ଯ୍ୟକଳାପ ।ଏଥିପାଇଁ ଘଟି ଚାଲିଛି ଅନେକ ଘଟଣା ଓ ଦୁର୍ଘଟଣା । ଆଜି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଆସିକା ଭେଟନଈ ଅଞ୍ଚଳରେ। କିଛି ଗୋ ଚାଲାଣ କାରି ପୋଲସରା ଅଞ୍ଚଳରୁ ୫୪ ଗୋଟି ଗାଈ ବଡ଼ଗଡ଼ ଅଞ୍ଚଳକୁ ଚାଲାଣ କରୁଥିବା ଖବର ବିଜରଙ୍ଗୀ ଦଳର କିଛି ଲୋକଙ୍କୁ ମିଳିଥିଲା। ତାହାକୁ ଆଧାର କରି ବିଶ୍ୱ ହିନ୍ଧୁ ପରିଷଦ ଓ ବଜରଙ୍ଗୀ ଦଳର ସଦସ୍ୟମାନେ ଏକାଠି ହୋଇ ସେମାନଂକୁ ଗୋଡ଼ାଇ ଗୋଡ଼ାଇ ଶେଷରେ କୋଟିନଡା ଥାନା ଅନ୍ତର୍ଗତ ଭେଟନଇଁ ଗ୍ରାମରେ ଧରିଥିଲେ। ସବୁଠାରୁ ବଡ଼ ଘଟଣା ହେଲେ ଏହି ଗୋରୁ ଚାଲାଣ କାରି ମାନେ ଯେଉଁ ଗ୍ରାମକୁ ଯାଉଥିଲେ ସେହି ଗ୍ରାମର କିଛି ଗୋ ଚରାଳି ଙ୍କୁ ହାତର କରି ଗୋରୁ ଗାଈ ମାନକୁ ବିଲମାଳ ରେ ଚରାଇବା ଭଳି କରି ଅନ୍ୟ ଗାଁ ରେ ଛାଡି ଦିଅନ୍ତି। ପୁଣି ସେହି ଗାଁର କିଛି ଲୋକଙ୍କୁ ହାତେଇ ତା ପର ଗାଁ ରେ ଛାଡନ୍ତି। ଯେମିତି ସହଜରେ କିଏ ଜାଣି ପାରିବ ନାହିଁ ଯେ ଗୋ ଚାଲାଣ ହେଉଛି ବୋଲି। ହେଲେ ବିଶ୍ୱ ହିନ୍ଦୁ ପରିଷଦ ଓ ବିଜରଙ୍ଗୀ ଦଳ ଏହା ଜାଣିବା ପରେ ଆଜି ୦୪ ଜଣ ଗୋ ଚାଲାଣ କାରୀ ସହ ୫୪ ଗାଈ କୁ ଉଦ୍ଧାର କରି କରଚୁଲି ଗୋଶାଳକୁ ପଠାଇଥିଲେ ବୋଲି ସୂଚନା ମିଳିଛି l ଗାଇ ସାଥିରେ ଥିବା ଆସିକା ଥାନା ଇଲାକା ଅସୁରାଇ ପଲ୍ଲୀ ଅଂଚଳ ର ୦୪ ଜଣଙ୍କୁ ପୋଲିସ ରେ ଜିମା ଦେଇଛନ୍ତି।ବିଶ୍ୱ ହିନ୍ଧୁ ପରିଷଦ ପ୍ରକାଶ ଗୁରୁ, ଘୁମୁସର ଜିଲ୍ଲା ସଂଯୋଜିକା ରୀନା ରାଣୀ ଦେବୀ ଏବଂ ବଜରଙ୍ଗ ଦଳର ପିତବାସ ସାହୁ ସମେତ ସଙ୍ଗଠନର ସଦସ୍ୟ ମାନେ ଏହି ରେକେଟ କୁ କାବୁ କରିଥିଲେ ।