
ପୁରୀ (ବଳରାମ ତ୍ରିପାଠୀ, ଓଡ଼ିଶା ଟୁଡେ): ପୁରୀ ବଡ଼ ମେଡିକାଲରେ କୁତ୍ରିମ ବନ୍ୟା । ଆଜି କିଛି ସମୟର ବର୍ଷାରେ ଡାକ୍ତର ଖାନାରେ ପଶିଛି ପାଣି । ରୋଗୀଙ୍କ ସମ୍ପର୍କୀୟ ଓ ଡାକ୍ତରଖାନାର କର୍ମଚାରୀ ପାଣିରେ ଯିବାଆସିବା କରିଥିଲେ । ପୂର୍ବରୁ ଅନେକ ଥର ଏପରି ସମସ୍ୟା ଦେଖାଯାଇଥିଲେ ବି ପ୍ରଶାସନ ପଦକ୍ଷେପ ନେଉ ନଥିବା ଅଭିଯୋଗ ହୋଇଛି । ଆଗକୁ ରଥଯାତ୍ରା ଥିବାବେଳେ ବଡ଼ ଡାକ୍ତରଖାନାର ଏପରି ସମସ୍ୟା ପ୍ରତି ଦୃଷ୍ଟିଦେବାକୁ ବିଭିନ୍ନ ମହଲରୁ ଦାବି ହୋଇଛି ।
ଅଧିକାଂଶ ସମୟରେ ପୁରୀ ହସ୍ପିଟାଲରେ ୨ଟି ୱାର୍ଡରେ ରୋଗୀଙ୍କ ସଂଖ୍ୟା ଅଧିକ ରହୁଛି । ବେଡ୍ ନ ମିଳିଲେ ଅଧିକାଂଶ ଦିନ ରୋଗୀ ତଳେ ଶୋଇ ଚିକିତ୍ସିତ ହେଉଛନ୍ତି। ଏପରି ସ୍ଥିତିରେ ଡାକ୍ତରଖାନାରେ ପାଣି ପଶିଲେ, ରୋଗୀ ସମସ୍ୟା କଣ ହେଉଥିବ ତାହା ଅନୁମାନ କରି ହେଉଛି । ଆଗକୁ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ତେଣୁ ପୁରୀରେ ପ୍ରବଳ ଗହଳି । ରୋଗୀଙ୍କ ସଂଖ୍ୟା ମଧ୍ୟ ଢେର ସମ୍ଭାବନା ଥାଏ । ଏଣୁ ତା ପୂର୍ବରୁ ଏହି ସମସ୍ୟାର ସମାଧାନ କରାଯିବା ନିହାତି ଜରୁରି ପଡିଛି ।