ଭଞ୍ଜନଗର : ଶାନ୍ତିସ୍ରୋତ ଭବନରେ ନିଶାମୁକ୍ତ ଦିବସ ପାଳନ

ଭଞ୍ଜନଗର ( ଅମରେନ୍ଦ୍ର କୁମାର ପଟ୍ଟନାୟକ,ଓଡ଼ିଶା ଟୁଡେ ): ଅନ୍ତଃରାଷ୍ଟ୍ରୀୟ ସ୍ତରରେ ଦୀର୍ଘ ୩୫ ବର୍ଷ ହେଲା ‘ନିଶାମୁକ୍ତ ଦିବସ’ ପାଳନ କରିଆସୁଥିବା ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ ତରଫରୁ ଶାନ୍ତିସ୍ରୋତ ଭବନ, ଭଞ୍ଜନଗର ଠାରେ ଆଜି ଏହି ଦିବସ ପାଳନ କରାଯାଇଛି। ଏହି ଅବସରରେ କାରାଧ୍ଯକ୍ଷ ଶ୍ରୀ ମାନସ ରଞ୍ଜନ ସାମଲ ସାର୍,ଡ଼ଃ କାର୍ତ୍ତିକେଶ୍ବର ଜେନା ସାର, ସବ୍ ଇନ୍ସପେକ୍ଟର ଲକ୍ଷ୍ମୀଧର ମହାନ୍ତି ସାର ସନ୍ଧ୍ୟା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଅତିଥି ମହୋଦୟ ନିଜ ନିଜର କାର୍ଯ୍ୟକାଳରେ ତମାଖୁ ସେବନ ବ୍ୟକ୍ତିବିଶେଷଙ୍କ ଦୁର୍ଦ୍ଦଶାମୟ ଜୀବନ ଶୈଳୀ ଉପରେ ଆଲୋକପାତ କରିଥିଲେ। ଶ୍ରୀ ସାମଲ ସାର୍ ଭଗବତ ନିଶା ହିଁ ତମାଖୁ ବର୍ଜ୍ଜନର ଏକମାତ୍ର ପଥ ବୋଲି ମତ ରଖିଥିବା ବେଳେ ଡ. ଜେନା ସାର ଶିକ୍ଷିତ ଯୁବ ଗୋଷ୍ଠୀଙ୍କ ସଚେତନତା ଦ୍ବାରା ନିଶାମୁକ୍ତ ସମାଜ ଗଠନ କରାଯାଇପାରିବ ବୋଲି ବକ୍ତବ୍ୟ ରଖିଥିଲେ। ବ୍ରହ୍ମାକୁମାରୀ ନିରୁ ଭଉଣୀ ଉକ୍ତ ସଂସ୍ଥାର ପରିଚୟ ସଂପର୍କରେ ଓ ନିଶାମୁକ୍ତ ବିଶ୍ଵ ଗଠନରେ ସଂସ୍ଥା କିପରି କାର୍ଯ୍ଯ କରିଆସୁଅଛି ଅବଗତ କରାଇଥିଲେ। ସେବାକେନ୍ଦ୍ର ସଂଚାଳିକା ବ୍ରକୁ ସନ୍ତୋଷିନୀ ଭଉଣୀ ନିଶାମୁକ୍ତ ସମାଜ ପାଇଁ ରାଜଯୋଗ ଏକ ସହଜ ଓ ସରଳ ଉପାୟ ବୋଲି ବିଶଦ ଆଲୋଚନା କରିବାପରେ ନିଶା ନିବାରଣ ପାଇଁ ସମସ୍ତଙ୍କୁ ପ୍ରତିଜ୍ଞା କରାଇଥିଲେ। ପ୍ରଭାତ ଫେରି କାର୍ଯ୍ୟକ୍ରମ ସହିତ ପାର୍କ, ଜେଲ୍,ବସ୍ ଷ୍ଟାଣ୍ଡ ଓ ବିଭିନ୍ନ କାର୍ଯ୍ୟାଳୟ ଯାଇ ନିଶାମୁକ୍ତ ଜୀବନର ସୌନ୍ଦର୍ଯ୍ୟତା ସହିତ ପରମାତ୍ମାଙ୍କ ପରିଚୟ ପ୍ରଦାନ କରାଯାଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମ ଦ୍ବାରା ମଧ୍ୟ ସଚେତନ ବାର୍ତ୍ତା ଦିଆଯାଇଥିଲା ।

Leave a Reply

Your email address will not be published. Required fields are marked *