ବେଲଗୁଣ୍ଠା: ବିବାହିତ ମହିଳାଙ୍କ ଦୁର୍ବଳ ମୁହୂର୍ତ୍ତର ଅଶ୍ଳୀଳ ଫୋଟ ଭାଇରାଲ କରିବାର ଧମକ ଦେଇ ଯୁବକ ଗିରଫ

ବେଲଗୁଣ୍ଠା ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ଗାଙ୍ଗପୁର ପୋଲିସ ଥାନା ଅନ୍ତର୍ଗତ ଗୋବରା ଗ୍ରାମର ଜନୈକ ବିବାହିତ ମହିଳାଙ୍କୁ ଦୁର୍ବଳ ମୁହୂର୍ତ୍ତର ଅଶ୍ଳୀଳ ଫୋଟ ଭାଇରାଲ କରିବାର ଧମକ ଦେବା ଅଭିଯୋଗରେ ଗାଙ୍ଗପୁର ପୋଲିସ ଗୋବରା ଅଞ୍ଚଳର ଜନୈକ ଯୁବକକୁ ଗିରଫ କରି କୌର୍ଟ ଚାଲାଣ କରିଥିବା ଜଣାପଡ଼ିଛି । ପ୍ରାପ୍ତ ସୂଚନା ଅନୁଯାୟୀ , ଗୋବରା ଅଞ୍ଚଳର ସୁଶାନ୍ତ କୁମାର ଗୌଡ଼ ପରିବାର ପ୍ରତିପୋଷଣ ପାଇଁ ସୁରାଟରେ କାମକରି ସେଠାରେ ରହୁଥିବା ବେଳେ ସୁଶାନ୍ତଙ୍କ ସ୍ତ୍ରୀ ନମିତା (ଛଦ୍ମନାମ) ଗୋବରାରେ ରହୁଥିଲେ । ଗ୍ରାମରେ ଥିବା ସୁଶାନ୍ତଙ୍କ ସ୍ତ୍ରୀ ନମିତା (ଛଦ୍ମନାମ)ଙ୍କୁ ସାହାଯ୍ୟ କରିବା ପାଇଁ ସୁଶାନ୍ତଙ୍କ ଜନୈକ ସାଙ୍ଗ ସୁନୀଲ ପ୍ରତିଦିନ ସୁଶାନ୍ତଙ୍କ ଗୋବରା ଘରକୁ ପ୍ରତିଦିନ ଯିବାଆସିବା କରୁଥିଲେ । ସାହାଯ୍ୟ କରିବା ବାହାନାରେ ସୁନୀଲ ନମିତାଙ୍କ ଦୁର୍ବଳ ମୁହୂର୍ତ୍ତର ଫାଇଦା ଉଠାଇବା ସହ ନମିତାଙ୍କ ସହ ଅନୈତିକ ସମ୍ପର୍କ ସ୍ଥାପନ କରିବାରେ ସଫଳ ହୋଇଥିଲେ । ପରେ ବିଭିନ୍ନ ମିଥ୍ୟା ପ୍ରଲୋଭନ ଦେଖାଇ ସୁନୀଲ ନମିତାଙ୍କ ଠାରୁ ୩ଲକ୍ଷ ଟଙ୍କା ହାତେଇବାରେ ସକ୍ଷମ ହୋଇଥିଲେ । କିଛି ଦିନ ପରେ ସୁନୀଲ ନମିତାଙ୍କ ଦୁର୍ବଳ ମୁହୂର୍ତ୍ତର ଫୋଟକୁ ଦେଖାଇ ଭାଇରାଲ କରିଦେବାର ଧମକ ଦେଇ ପୁଣି ୨ଲକ୍ଷ ଟଙ୍କା ମାଗିଥିଲେ । ଏହି ଘଟଣା ସମ୍ପର୍କରେ ସୁଶାନ୍ତ ଜାଣିବା ପରେ ଦୁଇ ବନ୍ଧୁଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା ।  ପରେ ସୋମବାର ଦିନ ସ୍ଥାନୀୟ ଗାଙ୍ଗପୁର ଥାନାରେ ସୁନୀଲ ବିରୋଧରେ ପିଡ଼ିତାଙ୍କ ସ୍ୱାମୀ ସୁଶାନ୍ତ ଗୌଡ଼ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ଗାଙ୍ଗପୁର ଥାନାରେ ୩୮୦/୨୦୨୫ରେ ଏକ ମକଦମା ରୁଜୁ କରିବା ସହ ଥାନା ଅଧିକାରୀ ଶୁଭଲକ୍ଷ୍ମୀ ପୂଜାରୀଙ୍କ ନିର୍ଦେଶ ଅନୁଯାୟୀ ସବଇନ୍ସପେକ୍ଟର ଅଜୟ କୁମାର ମଲ୍ଲିକ ଘଟଣାର ତଦନ୍ତ କରି  ଅଭିଯୁକ୍ତ ସୁନୀଲ କୁମାର ସାହୁ (୪୧)କୁ ଗିରଫ କରି କୌର୍ଟ ଚାଲାଣ କରିଥିବା ଥାନା ସୂତ୍ରରୁ ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *