ସୋରଡ଼ା: ନିଶା ନୁହେଁ ଜୀବନ ବଞ୍ଚାଇବା ଆମର ସଂକଳ୍ପ

ସୋରଡ଼ା (ମନୋରଞ୍ଜନ ଅଧିକାରୀ, ଓଡ଼ିଶା ଟୁଡେ): ସୋରଡ଼ା ଦିନକୁ ଦିନ ମଦ୍ୟପାନ କରି ଗାଡି ଚାଳନା ଦ୍ୱାରା ଅନେକ ଜୀବନ ଚାଲିଯାଉଛି ।ଏହା ଦ୍ୱାରା କେତେ ପରିବାର ସର୍ବସ୍ୱନ୍ତ ହେଉଛନ୍ତି ।କେଉଁଠାରେ ନବ ବିବାହିତ ସ୍ତ୍ରୀ ବିଧବା ହେଉଛି ତ କେଉଁଠାରେ ପୁଅ ଝିଅ ବାପା କୁ ହରାଉଛନ୍ତି ।କେଉଁଠାରେ ବୁଢା ବାପା ମା ଆଗରେ ଭେଣ୍ଡିଆ ପୁଅ ଚାଲିଯାଉଛି ।ଏହା କେବଳ ମଦ୍ୟ ପାନ କରି ଗାଡି ଚଳାଇବା ଦ୍ୱାରା ।ଏହାକୁ ରୋକିବା ପାଇଁ ସବୁ ସ୍ତର ରେ ପ୍ରଚାର ପ୍ରସାର ହେଉଛି କିନ୍ତୁ ଦିନକୁ ଦିନ ମଦ୍ୟପ ଙ୍କ ସଂଖ୍ୟା ବୃଦ୍ଧି ପାଇଛି ।ଏହାକୁ ରୋକିବା ପାଇଁ ରାଜ୍ୟ ସରକାର ଙ୍କ ତରଫରୁ ଏକ ଅଭିନବ ପ୍ରୟାସ ଆରମ୍ଭ ହୋଇଛି ।ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତ 31 ତାରିଖରୁ ଏହାକୁ କିପରି ଅଧିକ ସଚେତନ କରାଯିବ ସେଥିପାଇଁ ସହର ଓ ଗ୍ରାମାଞ୍ଚଳ ର ସବୁ ସ୍ଥାନରେ ବେନେର ଲଗାଯାଇଛି ।ଏହାର ଦାଇତ୍ୱ ନେଇଛି ଅବକାରୀ ବିଭାଗ ।ଆଜି ସୋରଡା ଅବକାରୀ ବିଭାଗ ର ଦେବସ୍ମିତା ନାୟକ,ସୁରେନ୍ଦ୍ର କୁମାର ପଣ୍ଡା, ମିଥୁନ ବିଶ୍ୱାଳ,ଜୀବନ ଦାସ ଏବଂ ଅନ୍ୟ କର୍ମଚାରୀ ମାନେ ସୋରଡା ଗଣିଛକ ଠାରେ ଲୋକ ମାନଙ୍କୁ ସଚେତନ କରାଇ ଏକ ପୋଷ୍ଟର ଲଗାଇଛନ୍ତି ।ଏବଂ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ମଦ୍ୟପାନ କରି ଗାଡି ନ ଚଳାଇବାକୁ ।ଦେଖାଯାଉ ଲୋକମାନେ ଏହାକୁ କେତେ ଗ୍ରହଣ କରୁଛନ୍ତି ।

Leave a Reply

Your email address will not be published. Required fields are marked *