
ଭଞ୍ଜନଗର ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ଭଞ୍ଜନଗର-ଉନ୍ନତ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଅନେକ ଯୋଜନା କରିଛନ୍ତି ତନ୍ମଧ୍ୟରୁ ରୋଗୀମାନଙ୍କୁ ଠିକରେ ନେବା ଆଣିବା ପାଇଁ ୧୦୮ଆମ୍ବୁଲାନ୍ସ ସେବା ଆରମ୍ଭ କରିଥିଲେ। ଏହି ସେବାକୁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ପ୍ରକାର ଠିକା ସଂସ୍ଥାକୁ ଦାୟତ୍ୱ ଦେଇଥିଲେ। କିନ୍ତୁ ବର୍ତ୍ତମାନ ଏହି ଠିକା ସଂସ୍ଥା ମାନଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ୧୦୮ ଆମ୍ବୁଲାନ୍ସରେ କାର୍ଯ୍ୟ କରୁଥିବା କର୍ମଚାରୀ ମାନେ ହଇରାଣ ହେଉଛନ୍ତି। ବର୍ତ୍ତମାନ ୧୦୮ ଆମ୍ବୁଲାନ୍ସର ୭୦ ଜଣ କର୍ମଚାରୀଙ୍କୁ ଛଟେଇ କରିଛନ୍ତି। ତେଣୁ ଏହାକୁ ବିରୋଧ କରି ଆଜି ଭଞ୍ଜନଗର ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଛନ୍ତି। ସୂଚନା ଅନୁସାରେ ଭଞ୍ଜନଗର ବ୍ଲକରେ ସର୍ବ ମୋଟ ଚାରି ଗୋଟି ଆମ୍ବୁଲାନ୍ସ ଥିବା ବେଳେ ସମଗ୍ର ଓଡ଼ିଶାରେ ୧୩୦୦ ଆମ୍ବୁଲାନ୍ସ ଓ ୬୦୦୦ କର୍ମଚାରୀ ନିଯୁକ୍ତ ଅଛନ୍ତି। ଆଜି ଆମ୍ବୁଲାନ୍ସ କର୍ମଚାରୀ ମାନଙ୍କ ମୂଖ୍ୟ ଦାବି ଗୁଡିକ ହେଲା ସେମାନଙ୍କୁ ସ୍ଥାୟୀ ନିଯୁକ୍ତି, ଦରମା ଓ ବୋନସ ଠିକରେ ଦେବା, ସେମାନଙ୍କ ବିଶ୍ରାମ ପାଇଁ ବିଶ୍ରାମ କକ୍ଷ, ବାର ଘଣ୍ଟା ଜାଗାରେ ଆଠ ଘଣ୍ଟା ଆଦି ଦାବି ରହିଥିଲା।ସୂଚନାଯୋଗ୍ୟ ଯେ ଭଞ୍ଜନଗର ମେଡ଼ିକାଲ ରେ ଥିବା ୧୦୮ ଆମ୍ବୁଲାନ୍ସ ରେ କୌଣସି ପ୍ରକାର ଆନୁସଙ୍ଗିକ ବ୍ୟବସ୍ଥା ନାହିଁ।ଏପରିକି ଗାଡି ମାନଙ୍କରେ ଏସି ନାହିଁକି ଫ୍ୟାନ ନାହିଁ ଆହୁରି ମଧ୍ୟ ଗାଡି ମାନଙ୍କରେ ଫିଟନେସ ନାହିଁ।କୋଉ ଗାଡ଼ିର ଟାୟାର ଭଲ ନାହିଁ ତ କାହାର ଗେଟ ଭଲ ନାହିଁ, ଭଙ୍ଗା ଦଦରା ଗାଡ଼ି ମାନଙ୍କ ରେ ରୋଗୀ ସେବା ଦିଆ ଯାଉଛି।ଆମ୍ବୁଲାନ୍ସ କର୍ମଚାରୀ ମାନଙ୍କ ର ଅଭିଯୋଗ ର ଫର୍ଦ୍ଦ ଲମ୍ବା ଏପରିକି କର୍ମଚାରୀ ମାନଙ୍କୁ ଆଠ ଘଣ୍ଟା ଜାଗାରେ ମନ ଇଚ୍ଛା କାମରେ ଲଗାଉଛନ୍ତି।ଆମ୍ବୁଲାନ୍ସ କର୍ମଚାରୀ ମାନେ ବ୍ରମହ୍ମପୁର କୁ ରୋଗୀ ନେଲା ପରେ ପୁଣି ସେଠାରୁ କଟକ କିମ୍ବା ଭୁବନେଶ୍ୱର କୁ ଅନ୍ୟ ରୋଗୀକୁ ନେବାକୁ ବାଧ୍ୟ କରୁଛନ୍ତି।ଏହି ପରି ଭାବେ ବିନା ବିଶ୍ରାମ ରେ କାମ କରିବାରୁ ଅନେକ ସମୟରେ ଆମ୍ବୁଲାନ୍ସ ଦୁର୍ଘଟଣା ଘଟୁଛି। ଆମ୍ବୁଲାନ୍ସ ରେ ଆଜିର ଏହି ଧର୍ମଘଟ ଦ୍ବାରା ସ୍ବାସ୍ଥ୍ୟ ବ୍ୟବସ୍ଥା ଭୁଶୁଡ଼ିବା ଆଶଙ୍କା ଦେଖାଯାଇଛି।ଏ ସଂକ୍ରାନ୍ତରେ ଉପରିସ୍ଥ ଅଧିକାରୀ ଙ୍କୁ ଅଭିଯୋଗ କଲେ ରୋଷର ଶିକାର ହେବାକୁ ପଡୁଛି।ତେଣୁ ଦେଖିବାକୁ ବାକି ରହିଲା କେବେ ସୁଧୁରିବ ଆମ୍ବୁଲାନ୍ସ କର୍ମଚାରୀ ଙ୍କ ସମସ୍ୟା ଓ କେବେ ରୋଗୀ ପାଇବେ ଆମ୍ବୁଲାନ୍ସ ସେବା ।