
ଭଞ୍ଜନଗର ( ଅମରେନ୍ଦ୍ର କୁମାର ପଟ୍ଟନାୟକ,ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ଭଞ୍ଜନଗର – ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବାଉଁଶଲୁଣ୍ଡି ଗ୍ରାମର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ସାହୁଙ୍କ ପରଲୋକ ହୋଇ ଯାଇଛି।ମୃତ୍ୟୁ ବେଳକୁ ୭୫ ବର୍ଷ ହୋଇଥିଲା।ସେ କିଛି ଦିନ ହେବ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଯୋଗୁଁ ଭୂବନେଶ୍ଵରରେ ରହୁଥିବା ପୁଅ ଅନୀଲ କୁମାର ସାହୁ ଓ ସୁନୀଲ କୁମାର ସାହୁଙ୍କ ପାଖରେ ରହି ଚିକିତ୍ସିତ ହେଉଥିଲେ। ମୃତ୍ୟୁ ପରେ ପୂରୀ ସ୍ଵର୍ଗ ଦ୍ଵାରରେ ଶେଷ ସଂସ୍କାର କରାଯାଇଛି।ସେ ଗାମୁଣ୍ଡି ଗ୍ରାମରେ ଜନ୍ମଗ୍ରହଣ କରି ଶିକ୍ଷା ତିଗ୍ରୀ ଗ୍ରହଣ ପରେ ନବରଙ୍ଗପୁର ଜିଲ୍ଳାର ପାପଡାହାଣ୍ଡି,ଡାବୁଗାଁ ଓ ଜଟାବାଲ ବିଦ୍ୟାଳୟରେ ଶିକ୍ଷକତା କରି ବେଶ ସୁନାମ ଅର୍ଜନ କରି ଅବସର ନେଇଥିଲେ।ସେ ଶାନ୍ତ,ସରଳ,ଛାତ୍ର ବତ୍ସଳ ଓ ଆଧ୍ୟାତ୍ମିକ ବ୍ୟକ୍ତି ଭାବେ ଅଞ୍ଚଳରେ ବେଶ ପରିଚିତ ଥିବା ବେଳେ ତାଙ୍କ ମୃତ୍ୟୁରେ ପୂର୍ବତନ ଛାତ୍ରଛାତ୍ରୀ,ଗ୍ରାମର ବୁଦ୍ଧିଜିବୀ,ମାନ୍ୟଗଣ୍ୟ ବ୍ୟକ୍ତି ଓ ବନ୍ଧୁ ବାନ୍ଧବ ମାନେ ଶେଷ ଦର୍ଶନ କରି ଅମର ଆତ୍ମାର ସଦଗତି କାମନା କରିବା ସହିତ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଆଶ୍ଵାସନା ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।