
ଭଞ୍ଜନଗର (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ସୋମବାର ଗଞ୍ଜାମ ଜିଲ୍ଲାପାଳଙ୍କ ଭଞ୍ଜନଗର ଠାରେ ମିଳିତ ଜନ ଶୁଣାଣି ଶିବିରରେ ଘୁମୁସର ବିକାଶ ପରିଷଦ ତରଫରୁ ଶ୍ରୀଯୁକ୍ତ ସୋମନାଥ ନାୟକ, ପ୍ରକାଶ ଚନ୍ଦ୍ର ସାହୁ, ରବି ନାରାୟଣ ସାମନ୍ତ ଗୋପାଳପୁର – ସମ୍ବଲପୁର ରେଳପଥ ନିର୍ମାଣ କୁ ତ୍ୱରାନ୍ୱିତ କରିବାକୁ ଏକ ଚିଠି ଜିଲ୍ଲାପାଳ ଙ୍କ ଜରିଆରେ ମାନ୍ୟବର ରେଳମନ୍ତ୍ରୀ ଶ୍ରୀଯୁକ୍ତ ଅଶ୍ୱିନୀ ବୈଷ୍ଣବ ଙ୍କୁ ପ୍ରଦାନ କରିଛନ୍ତି । ଗତ ୧୩ ତାରିଖ ଦକ୍ଷିଣ ଓଡିଶା ବିକାଶ ମିଳିତ କ୍ରିୟାନୁଷ୍ଠାନ କମିଟି ଭଞ୍ଜନଗର ରେ ଭଞ୍ଜନଗର ର ଓକିଲ ସଂଘ ଓ ଅନ୍ୟ ସମସ୍ତ ସଂଘ ର ସଭ୍ୟ ମାନଙ୍କ ସହାୟତା ରେ ବାଇକ ରାଲି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କ ଜରିଆରେ ଏସମ୍ପର୍କିତ ଏକ ଦାବୀ ପତ୍ର ପ୍ରଦାନ କରିଥିଲେ । ରେଳମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଦିଆ ଯାଇଥିବା ଏହି ଚିଠିରେ Oridal (ଓରିଡାଲ) ଗତ ଫେବୃଆରୀ ମାସରୁ ଯେଉଁ ଏଜେନସି କୁ ବାକିଆ ଥିବା ସର୍ଭେ କାମ ଶୀଘ୍ର ସାରିବାକୁ ଦେଇଛି କାହିଁକି କରୁନାହିଁ ସେ ବିଷୟ ଦର୍ଶାଇ ମନ୍ତ୍ରୀ ଏଦିଗରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରାଯାଇଥିବା ଜଣାଯାଇଛି ।