
ଧରାକୋଟ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ପାରିବାରିକ କଳହର କରୁଣ ପରିଣତି l ପତ୍ନୀଙ୍କୁ ହାଣି କ୍ଷତାକ୍ତ କରିବା ପରେ ସ୍ୱାମୀ କଲା ଆତ୍ମହତ୍ୟା l ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ରାମଚନ୍ଦ୍ରପୁର କଇଠିରା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା l ପାରିବାରିକ କଳହକୁ କେନ୍ଦ୍ରକରି କାଇଠିରା ଗ୍ରାମର ଏମ. ସୁବାଷ ରେଡ଼ୀ ତାଙ୍କ ପତ୍ନୀ ଏମ. ଯମୁନା ରେଡ଼ୀଙ୍କୁ ଧାରୁଆ ପନିକିରେ ଆକ୍ରମଣ ପରେ ଏମ. ସୁବାସ ଆତ୍ମହତ୍ୟା କରିଥିବା ଜଣାପଡିଛି l ତାଙ୍କ ଶବ ଉଦ୍ଧାର କରିଛି ପୁଲିସ ।