
ଭଞ୍ଜନଗର ୨୬/୦୬ ( ଅମରେନ୍ଦ୍ର କୁମାର ପଟ୍ଟନାୟକ,ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ଆଜି ସାବିତ୍ରୀ ମହିଳା ମହବିଦ୍ୟାଳୟରେ ସମ୍ବିଧାନ ହତ୍ୟା ଦିବସ ପାଳନ କରାଯାଇଛି।ଏହି ଅବସରରେ ମହାବିଦ୍ୟାଳୟରେ ଜାତୀୟ ସ୍ତରର ଦୁଇଟି ଅନଲାଇନ ପାଠଚକ୍ର ଆୟୋଜନ ହେବା ସଙ୍ଗେ ସଙ୍ଗେ ପ୍ରବନ୍ଧ, ତର୍କ, ଦଲିଲ୍ ଭିତ୍ତିକ ଚଳଚ୍ଚିତ୍ର ଆଦି ପ୍ରଦର୍ଶନ କରାଯାଇଥିଲା l ପ୍ରଥମ ଅଧିବେଶନରେ ଗୁରୁଘlଷିଦାସ କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟର ରାଜନୀତି ବିଭାଗର ପ୍ରଫେସର ଡ଼ ରାମକୃଷ୍ଣ ପ୍ରଧାନ ସମ୍ବିଧାନ ରେ ବର୍ଣ୍ଣିତ ନାଗରିକ ର ସମାନତା, ସ୍ଵାଧୀନତା, ସ୍ୱତନ୍ତ୍ରତା ଉପରେ ବକ୍ତବ୍ୟ ରଖିଥିବା ବେଳେ ଦ୍ଵିତୀୟ ଅଧିବେଶନ ରେ ଜବlହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ନୂଆ ଦିଲ୍ଲୀର ପ୍ରଫେସର ଡ଼ ପ୍ରଭେଶ କୁମାର ଭାରତରେ ଅlପାତକାଳୀନ ପରିସ୍ଥିତି ରେ ନାଗରିକ ସ୍ୱତନ୍ତ୍ରତା ବିଷୟରେ ନିଜର ବକ୍ତୃତା ରଖିଥିଲେ। ଉଭୟ ଅଧିବେଶନ ଅତ୍ୟନ୍ତ ଚମତ୍କାର ଥିଲା ଓ ଉଭୟ ପଥଚକ୍ରରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡକ୍ଟର ସୁଶାନ୍ତ କୁମାର ମଲ୍ଲିକ ସଭାପତିତ୍ବ କରିଥିଲେ। ଅଧ୍ୟାପକ ପୀୟୂଷ ସ୍ୱାଇଁ ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ ଶେଷରେ ଅଧ୍ୟାପକ ପ୍ରେମଚାନ୍ଦ ମଲ୍ଲିକ ଧନ୍ୟବାଦ୍ ଅର୍ପଣ କରିଥିଲେ।ଏହି ସଭାରେ ଅଧ୍ୟାପିକା ମୋନାଲିସା ସାହୁ ,ଅଧ୍ୟାପିକା ଶୁଭଶ୍ରୀ ପ୍ରିୟଦର୍ଶିନୀ ସାହୁ ସଭା କାର୍ଯ୍ୟ ସଂଯୋଜନା କରିଥିଲେ।ଅନୁଷ୍ଠାନର ସମସ୍ତ ଅଧ୍ୟାପକ ,ଅଧ୍ୟାପିକା ଏବଂ ଛାତ୍ରୀମାନେ ଉପସ୍ଥିତ ସହ ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ଶିକ୍ଷାବିତ୍ ଏହି ପଥାଚକ୍ରରେ ଭାଗ ନେଇଥିଲେ। ନିକଟ ଭବିଷ୍ୟତରେ ମହାବିଦ୍ୟାଳୟରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ପାଠଚକ୍ର କରାଯିବାର ଲକ୍ଷ ରହିଛି ବୋଲି ଅଧ୍ୟକ୍ଷ ଡ଼. ମଲ୍ଲିକ ସୂଚନା ଦେଇଛନ୍ତି ।