ଆସିକା ଅଂଚଳ ରୁ ଦୁଇ ସ୍ଥାନରୁ ୯୦ କେଜି ଗଞ୍ଜେଇ ଜବତ :-୦୨ ଗିରଫ

ଆସିକା ୨୮/୦୬ ( ଅମରେନ୍ଦ୍ର କୁମାର ପଟ୍ଟନାୟକ,ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ଆସିକା – ଭଞ୍ଜନଗର ରାଜପଥ ରାସ୍ତା ର ଦୁଇଟି ସ୍ଥାନରୁ ଛଡାଉ କରି ୯୦ କିଗ୍ରା ଗଂଜେଇ ଜବତ ସହ ୦୨ ଜଣ ଙ୍କୁ ଗିରଫ କରି ଏକ ଚାରି ଚାକିଆ ମହେନ୍ଦ୍ରା ଗାଡି ଜବତ କରାଯାଇଛି ବୋଲି ଜଣା ପଡିଛି l ଆଜି ଜିଲ୍ଲା ର ଷ୍ଟାଇ କିଙ୍ଗ ଟିମ ବିଶେଷ ସୂତ୍ରରୁ ଖବର ପାଇଁ ଦେବ ଭୂମି ଛକ ଏକ ପାକଲାପଲ୍ଲୀ ଛକ ନିକଟରେ ଗାଡି କୁ ଅଟକାଇ ଏହି ଗଂଜେଇ ଜବତ କରିଥିବା ସୂଚନା ଦେଇଛି ଅବକାରୀ ବିଭାଗ l ଏହି ଗଂଜେଇ କୁ ବାଲିଗୁଡା ଅଂଚଳ ର ଇସମାଇଲା ଦିଗାଲ (୨୪) ଏବଂଗାଙ୍ଗପୁର ଅଂଚଳ ର ରଙ୍କ ନିଧି ଭୂୟାଁ (୪୩) କୁ ଗିରଫ କରାଯାଇଛି l ଏହି ଚଢ଼ାଉ ରେ ଅବକାରୀ ବିଭାଗ ର ଅଂଶୁମାନ ଜେନା, ଡମ୍ବୁରୁ ଧର ହରିଜନ, ରାକେଶ ଖୁଣ୍ଟିଆ, ସତ୍ୟ ବେହେରା, ଜି. ଭୀମା, ମଧୁସୂଦନ ଯାନୀ ସମେତ ଏକ ସ୍ୱତନ୍ତ୍ର ଟିମ ଧରିବାରେ ସାହାଯ୍ୟ କରିଥିଲେ l

Leave a Reply

Your email address will not be published. Required fields are marked *