ନୂତନ ଯୋଗାଣ ଅଧିକାରୀ ଭାବେ ଦାୟିତ୍ଵ ନେଲେ ପ୍ରଦ୍ୟୁମ୍ନ ରାଉତରାୟ

ଛତ୍ରପୁର:୧୧/୦୭ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ) : ଗଞ୍ଜାମ ମୁଖ୍ୟ ଜିଲା ଯୋଗାଣ ଅଧିକାରୀ ଭାବେ ପ୍ରଦ୍ୟୁମ୍ନ କୁମାର ରାଉତରାୟ ଗୁରୁବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ ନୂଆପଡ଼ା ଜିଲା ଯୋଗାଣ ଅଧିକାରୀ ଭାବେ କାର୍ଯ୍ୟ କରୁଥିବା ବେଳେ ପଦୋନ୍ନତି ପରେ ଗଞ୍ଜାମ ମୁଖ୍ୟ ଜିଲା ଯୋଗାଣ ଅଧିକାରୀ ଭାବେ ଦାୟିତ୍ୱ ନେଇଛନ୍ତି। ସେ ଆଜି ଦାୟିତ୍ୱ ନେବା ପରେ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ପୁଷ୍ପଗୁଚ୍ଛ ଦେଇ ତାଙ୍କୁ ସ୍ବାଗତ ଜଣାଇଥିଲେ।
ସେହିପରି ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା ମଧ୍ୟରେ ଯୋଗାଣ ବିଭାଗର ସମସ୍ତ କାର୍ଯ୍ୟ ସଠିକ୍‌ ଭାବେ ପରିଚାଳନା କରିବା ସହିତ ଜନସାଧାରଣ ତଥା ଜିଲାର ଚାଷୀମାନେ ସମସ୍ତ ଯୋଜନା କିପରି ଉପକୃତ ହୋଇପାରିବେ ସେଥିପ୍ରତି ଚେଷ୍ଟା ଜାରି ରହିବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *