ପୁରୀ: ଚାକିରି କରାଇଦେବାକୁ କହି ୯ ଲକ୍ଷ ଠକେଇ

ପୁରୀ, (ବଳରାମ ତ୍ରିପାଠି ରିପୋର୍ଟ ଓଡ଼ିଶା ଟୁଡେ): ପୁରୀ ଚାକିରି କରାଇଦେବାକୁ କହି ଜଣେ ଯୁବକଙ୍କ ଠାରୁ ୯ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୁକ୍ତ ବିରୋଧରେ ଅଭିଯୋଗ ହୋଇଛି। ଏହି ଅଭିଯୋଗକୁ ଭିତ୍ତ କରି ପୁଲିସ ୧୨୮/୨୫ ନମ୍ବରରେ ଏକ ଠକେଇ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ତେବେ ଅଭିଯୁକ୍ତ ଜଣକ ପ୍ରାୟ ଦେଢ଼ବର୍ଷ ହେବ ତାଳବଣିଆ ଥାନା ଅଞ୍ଚଳର ଛାଡ଼ି ଚମ୍ପଟ ମାରିଥିବା ପୁଲିସ କହିଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ ସମ୍ବିତ ରଞ୍ଜନ ମହାନ୍ତି ଗତ ୨୦୨୨ ମସିହାରେ ଗୁଣ୍ଡିଚା ମନ୍ଦିର ପଛପଟେ ଭଡ଼ାରେ ରହୁଥିବା ସମୟରେ କୋଣାର୍କର ହରିହର ପାଢ଼ୀଙ୍କ ସହିତ ସମ୍ପର୍କ ହୋଇଥିଲା | ଏହି ସମୟରେ ହରିହର ଚାକିରି ଖୋଜୁଥିବା ବେଳେ ସେ ସମ୍ବିତକୁ ଏ ସମ୍ପର୍କରେ କହିଥିଲେ। ବନ ବିଭାଗରେ ଫରେଷ୍ଟର କିମ୍ବା ପଞ୍ଚାୟତ ଅଫିସର ଭାବେ ଚାକିରି କରାଇଦେବାକୁ କହି ସମ୍ବିତ ହରିହରଙ୍କ ଠାରୁ ପ୍ରାୟ ୯ ଲକ୍ଷ ଟଙ୍କା ନେଇଥିଲା। ମାତ୍ର ଦୀର୍ଘ ସମୟ ଧରି ଚାକିରି କରାଇନପାରି ଶେଷରେ ସମ୍ବିତ ଅଞ୍ଚଳର ଛାଡ଼ି ଦେଇଥିଲା | ବାଧ୍ୟ ହୋଇ ଗତକାଲି ହରିହର ଏନେଇ ତାଳବଣିଆ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

Leave a Reply

Your email address will not be published. Required fields are marked *