ଭଞ୍ଜନଗର : ହାତୀକୁ ଦେଖି ଦୌଡିବା ସମୟରେ ଜଣେ ଆହତ

ଭଞ୍ଜନଗର ୧୮/୦୭ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ହାତୀକୁ ଦେଖି ଦୌଡି ପଳାଇବା ସମୟରେ ଖସିପଡି ଜଣେ ବୃଦ୍ଧ ଆହାତ ହୋଇଥିବା ଅଭିଯୋଗ ହୋଇଛି। ଆହାତ ଜଣକ ହେଲେ ତାରସିଂ ଥାନା ଅଧିନ ଖେତମୁଣ୍ଡଳି ଗ୍ରାମର ବିନ ନାଇକ(୫୦)। ଗତକାଲି ସେ ନଦୀକୁ ଶୌଚ ହେବାକୁ ଯାଇଥିବା ବେଳେ ଗୋଟିଏ ଗଛ ନିକଟରେ କିଛି ଶଦ୍ଦ ଶୁଣିବାକୁ ପାଇଥିଲେ। ଏହି ସମୟରେ ସେଠାରେ ଏକ ହାତୀ ଡାଳଗଛ ଭାଙ୍ଗୁଥିବା ଦେଖି ସେଠାରୁ ପ୍ରାଣ ବିକଳରେ ଦୌଡି ବାହାରିଥିଲେ। ଘର ଆଡକୁ ଦୌଡି ଆସିବା ସମୟରେ ହୁଡା ନିକଟରେ ଖସି ପଡିଥିଲେ। ଯେନତେନ ସେଠାରୁ ଉଠି ଘରକୁ ହାତୀ ହାବୁଡରୁ ପ୍ରାଣ ବଞ୍ଚାଇ ଆସିଥିବା ବେଳେ ଖବର ପାଇ ଆଜି ତାରସିଂ ବନାଞ୍ଚଳର ଅଧିକାରୀ ଓ କର୍ମଚାରୀ ମାନେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରି ଚିକିତ୍ସା କରାଇଛନ୍ତି। ତାଙ୍କ ହାତ ଭାଙ୍ଗି ଯାଇଥିବା ବେଳେ ସାମାନ୍ୟ ଖଣ୍ଡିଆ ଖାବର ହୋଇଥିବା ଦେଖିବାକୁ ମିଳିଛି। ତେବେ ତାରସିଂ ବନାଞ୍ଚଳରେ ପ୍ରାୟ ୪ଟି ହାତୀ ଚଳପ୍ରଚଳ କରୁଥିବା ବେଳେ ଉକ୍ତ ଅଞ୍ଚଳରେ ଦୀର୍ଘ ଦିନ ହେଲା ହାତୀ ନଥିବାରୁ ଜଗନ୍ନାଥପ୍ରସାଦ ବନାଞ୍ଚଳରୁ ଉକ୍ତ ହାତୀଟି ଏକୁଟିଆ ଚାଲି ଆସିଥିବା ବନ ବିଭାଗ ପକ୍ଷରୁ ଅନୁମାନ କରାଯାଉଛି। ଉତ୍ତର ଘୁମୁସର ବନଖଣ୍ଡରେ ବର୍ତ୍ତମାନ ବନ୍ୟଜନ୍ତୁଙ୍କ ପାଇଁ ଅନୁକୂଳ ପରିବେଶ ରହିଥିବା ଅନୁମାନ କରାଯାଉଛି। ଏଠାରେ ହାତୀ ସାଙ୍ଗକୁ କୃଷ୍ଣସାର,ଗୟଳ ଭଳି ଅନ୍ୟ ବନ୍ୟ ପ୍ରାଣୀଙ୍କ ସଂଖ୍ୟା ବଢିବାରେ ଲାଗିଛି ।

Leave a Reply

Your email address will not be published. Required fields are marked *