
ନୂଆଦିଲ୍ଲୀ: CBSE ଦ୍ୱାଦଶ ଶ୍ରେଣୀ ରେଜଲ୍ଟ ଆଜି ପ୍ରକାଶ ପାଇଛି। ଏ ନେଇ ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ସୂଚନା ଦେଇଛନ୍ତି।
ଛାତ୍ରଛାତ୍ରୀମାନ cbseresults.nic.in ୱେବ୍ସାଇଟ୍କୁ ଯାଇ ରେଜଲ୍ଟ ଜାଣିପାରିବେ।
ସର୍ବଭାରତୀୟ ସ୍ତରରେ ପାସ୍ ହାର ୮୮.୭୮ ପ୍ରତିଶତ ରହିଛି। ଭୁବନେଶ୍ୱର ରିଜନ୍ରେ ୯୧.୪୬ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ତ୍ରିଭେନ୍ଦ୍ରମ ରିଜନ୍ରେ ସର୍ବାଧିକ ୯୭.୬୭ ପ୍ରତିଶତ ପାସ୍ ହାର ରହିଛି।
ନବୋଦୟ ସ୍କୁଲରେ ସର୍ବାଧିକ ୯୮.୭୦% ଛାତ୍ରଛାତ୍ରୀ ପାସ୍ କରିଥିବାବେଳେ କେନ୍ଦ୍ରୀୟ ବିଦ୍ୟାଳୟରେ ୯୮.୬୨%, ଘରୋଇ ସ୍କୁଲରେ ୮୮.୨୨% ଛାତ୍ରଛାତ୍ରୀ ପାସ୍ କରିଛନ୍ତି।
ଜୁଲାଇ ୧୫ ସୁଦ୍ଧା ରେଜଲ୍ଟ ପ୍ରକାଶ ପାଇବ ବୋଲି CBSE ପକ୍ଷରୁ କୁହାଯାଇଥିଲା।