
ଭୁବନେଶ୍ୱର: ଏବେବି ରହସ୍ୟ ଘେର ଭିତରେ ମୋଟିଭେସ୍ନାଲ୍ ସ୍ପିକର ତଥା ସ୍ୱେଚ୍ଛାସେବୀ ଆଦିତ୍ୟ ଦାସଙ୍କ ମୃତ୍ୟୁ। ଆଦିତ୍ୟ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ।
ଆଦିତ୍ୟଙ୍କ ମୃତ୍ୟୁ ପରେ ଜବତ ହୋଇଥିବା ସୁଇସାଇଡ୍ ନୋଟ୍କୁ ଫୋରେନସିକ୍ ଲ୍ୟାବ୍କୁ ପଠାଯାଇଛି। ଏଥିସହ ପୂର୍ବ ହାତଲେଖା, ଚେକ୍ ଦସ୍ତଖତ ମଧ୍ୟ ଫୋରେନସିକ୍ ଲ୍ୟାବ୍କୁ ପଠାଯାଇଛି। ଯାଞ୍ଚ ପାଇଁ ରାଜ୍ୟ ଫୋରେନସିକ୍ ଲ୍ୟାବ୍କୁ ଜିଆର୍ପି ପଠାଇଛି।
ମୃତ୍ୟୁର ୪ ଦିନ ପୂର୍ବରୁ ଆଦିତ୍ୟଙ୍କର ସମସ୍ତ କଲ୍ ରେକର୍ଡ ଯାଞ୍ଚ କରାଯିବ ବୋଲି ସୂଚନା ମିଳିଛି। ସେ କାହାକୁ କାହାକୁ କଲ୍ କରିଥିଲେ ଓ ତାଙ୍କୁ କେଉଁମାନେ କଲ୍ କରିଥିଲେ, ସେସବୁ ନେଇ ପୂରା ଛାନ୍ଭିନ୍ କରାଯିବ।
ମୁଣ୍ଡରେ ଶକ୍ତ ଆଘାତ ଯୋଗୁ ଆଦିତ୍ୟଙ୍କ ମୃତ୍ୟୁ ହୋଇଥିବା ପୋଷ୍ଟମର୍ଟମ ରିପୋର୍ଟରୁ ସୂଚନା ମିଳିଛି। ଅନ୍ୟପକ୍ଷରେ, ଆଦିତ୍ୟଙ୍କ ସଂଗଠନର କିଛି ସଦସ୍ୟଙ୍କ ଅଭିଯୋଗ ଆଧାରରେ ହତ୍ୟା ମାମଲା ରୁଜୁ ହୋଇଛି।