
ଭଞ୍ଜନଗର ୨୦/୦୭ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ) : ଭଞ୍ଜନଗର ଚକରା ବିଷୋୟୀ ବାଇପାସ୍ ଛକରେ ଥିବା ମହାନ୍ ବୀର ବିପ୍ଲବୀ ଚକରା ବିଷୋୟୀ ଙ୍କ ପ୍ରତିମୂର୍ତ୍ତି ଥିବା ଛକ ପରିସର ଖୋଲାସ୍ଥାନ କୁ ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ରବିବାର ଦିନ ସୌନ୍ଦର୍ଯ୍ୟକରଣ ଶୁଭ ଉଦ୍ଘାଟନ କରାଯାଇଛି।
ରବିବାର ଏହି ଶୁଭ କାର୍ଯ୍ୟରେ ଉଦଘାଟକ ଭାବରେ ଯୋଗଦାନ କରିଥିଲେ ପୁର୍ବତନ ରାଜ୍ୟ ସଭା ସାଂସଦ, ପୂର୍ବତନ ବିଧାୟକ ତଥା ସୌମ୍ୟରଞ୍ଜନ ପଟ୍ଟନାୟକ। ଏଥିରେ ମୁଖ୍ୟ ଅତିଥି ରୂପେ ସ୍ଥାନୀୟ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଙ୍କ ସହିତ ସମ୍ମାନିତ ଅତିଥି ଭାବରେ ରାଜ୍ୟ ସଂଯୋଜିକା ଡଃ ଶୁଭଶ୍ରୀ ଲେଙ୍କା, ସ୍ଥାନୀୟ ନଗର ପାଳ ଗୋପବନ୍ଧୁ ମହାପାତ୍ର, ଉପ ନଗରପାଳ ଶୁଭଶ୍ରୀ ଦାସ, ଏନ୍.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀ ମୁରଲି କୃଷ୍ଣ ପଣ୍ଡା, ସାଂସଦ ପ୍ରତିନିଧି ସନ୍ତୋଷ କୁମାର ତିଆଡି , ବିଷ୍ଣୁ ପ୍ରସାଦ ପ୍ରଧାନ, ରବିନ୍ଦ୍ର କୁମାର ଗୌଡ, ମାନସ ଜେନା ଓ ଅନ୍ୟାନ୍ୟ ବହୁ କାର୍ଯ୍ୟକର୍ତ୍ତା ପ୍ରମୁଖ ଯୋଗ ଦେଇଥିଲେ ।
ଏହି କାର୍ଯ୍ୟକ୍ରମ ର ପ୍ରାରମ୍ଭରେ ଏକ ବାଇକ୍ ଶୋଭାଯାତ୍ରା ରେ ସମ୍ମାନିତ ଓ ମୁଖ୍ୟ ଅତିଥି ମାନଙ୍କୁ ଉକ୍ତ ସ୍ଥାନକୁ ପାଛୋଟି ଅଣାଯିବା ପରେ ସମସ୍ତେ ବିଶାଳ ଚକରା ବିଷୋୟୀ ଙ୍କ ପ୍ରତିମୂର୍ତ୍ତି ପାଖରେ ଦିପ ଧୁପ ଓ ପୁଷ୍ପ ପ୍ରଦାନ ପୁର୍ବକ ଷ୍ଟିଲ୍ ରେଲିଂ ଦ୍ଵାରା ଚଢି ପ୍ରତିମୂର୍ତ୍ତି ରେ ବିରାଟ ଫୁଲମାଳ ପ୍ରଦାନ କରିଥିଲେ। ପରେ ପରେ ଖୋଲାସ୍ଥାନ ସୌନ୍ଦର୍ଯ୍ୟକରଣ କୁ ଉଦଘାଟନ ସ୍ଵରୁପ ରିବନ୍ କଟାଯାଇ ଉଦଘାଟନ ଫଳକ ପାଖରେ ପୁଜା ପାଠ ଓ ନାରିକେଳ ଭାଂଗି ନାମ ଫଳକ ଉନ୍ମୋଚିତ କରାଯାଇଥିଲା। ଏଠାରେ ଭଞ୍ଜନଗର ନଗରପାଳ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ଭଞ୍ଜନଗର ର କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କ ସହିତ କାର୍ଯ୍ୟାଳୟ ମୁଖ୍ୟ ସହାୟକ ମିଲନ୍ ମୁର୍ମୁ, ଦିଲିପ୍ କୁମାର ଷଡଙ୍ଗୀ, ଦିଲୀପ କୁମାର ମିଶ୍ର, ଶୁଭମ୍ କୁମାର ପାଣିଗ୍ରାହୀ, ମମତା ପଣ୍ଡା, ସୁବର୍ଣ୍ଣରେଖା ରାଓ, ଅମ୍ରିତା କୁମାରୀ ନାୟକ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ସହିତ ସମସ୍ତ କାଉନସିଲର୍ ଉପସ୍ଥିତ ଥିଲେ। ଭବିଷ୍ୟତ ର ବିରାଟ ବୃକ୍ଷ ପାଇଁ ଅତିଥି ମାନେ ଗୋଟିଏ ଗୋଟିଏ ଚାରା ମଧ୍ୟ ଏଠାରେ ପୋତି ଥିଲେ। ଏବଂ କହିଥିଲେ, ଏହି ଚାରାକୁ ଆମେ ଯତ୍ନ ର ସହିତ ବୃକ୍ଷ ରେ ପରିଣତ କରି ଭବିଷ୍ୟତ ସମାଜ କୁ ବଞ୍ଚାଇବାକୁ ହେବ।