
ଭଞ୍ଜନଗର ୨୦/୦୭ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ସରକାରୀ ଡାକ୍ତରଖାନା ଗୁଡ଼ିକରେ ଉତ୍ତମ ରୋଗୀସେବା ଉଦ୍ଦେଶ୍ୟରେ ଭିତିଭୂମିର ବିକାଶ କରାଯାଉଛି। କୋଟି କୋଟି ଟଙ୍କା ଖର୍ଚ୍ଚ କରାଯିବା ସହ ଅତ୍ୟାଧୁନିକ ଯନ୍ତ୍ରପାତିର ସୁବିଧା କରଯାଉଛି। କିନ୍ତୁ କେଉଁଠି ଡାକ୍ତର ଅଭାବ ତ ଆଉ କେଉଁଠି ଯନ୍ତ୍ରପାତି ଚଳାଇବାକୁ ବିଶେଷଜ୍ଞ କର୍ମଚାରୀ ତଥା ଟେକ୍ନିସିଆନ୍ ନାହାନ୍ତି। ଯାହାଫଳରେ ଏହାର ମୂଳ ଉଦ୍ଦେଶ୍ୟ ସାଧିତ ହୋଇପାରୁନଥିବା ବେଳେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସବୁ ବିଗିଡି ଯାଇଛି। ବର୍ତ୍ତମାନ ଜନ ସାଧାରଣ ଭଞ୍ଜନଗର ମେଡ଼ିକାଲକୁ ଆସିବା ପାଇଁ ଭୟ କରୁଛନ୍ତି।ଭଞ୍ଜନଗର ଡାକ୍ତରଖାନା କୁ ଯିଏ ଆସୁଛି ସେ ଭଗବାନ ଙ୍କ ଭରସା ରେ ହିଁ ଆସୁଛି। ଶନିବାର ଚିକିତ୍ସା ଅବହେଳା ରୁ ଗାଙ୍ଗପୁର ନିକଟ ଗହଙ୍ଗୁ ଗ୍ରାମର ସନ୍ତୋଷ ରାଉତଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।
ସୁଚନାନୁସାରେ,ସନ୍ତୋଷ ଜ୍ଵର ରେ ପୀଡ଼ିତା ହୋଇ ଚିକିତ୍ସା ପାଇଁ ଭଞ୍ଜନଗର ମେଡ଼ିକାଲ କୁ ଆସିଥିଲେ। ପରେ ତାଙ୍କୁ ମେଡିକାଲ ରେ ଆଡମିଟ୍ କରାଯାଇ ଚିକିତ୍ସା ସେବା ଦିଆ ଯାଇଥିଲା। ସାଲାଇନ ମଧ୍ୟ ଦିଆଯାଇଥିଲା। ସଲାଇନ ସରିବା ପରେ ହାତରୁ ରକ୍ତ ବାହାରିଥିଲା। ଏ ନେଇ ସନ୍ତୋଷଙ୍କ ସ୍ତ୍ରୀ ଡାକ୍ତର ଙ୍କୁ ଯାଇ କହିବା ପରେ ବି ଡାକ୍ତର ଆସି ନଥିବା ବେଳେ କିଛି ସମୟ ପରେ ଆସି ସାଲାଇନ ବନ୍ଦ କରିଥିଲେ। ପରେ ସନ୍ତୋଷ ଛଟପଟ ହୋଇ ଥିଲେ। ତାଙ୍କ ସ୍ତ୍ରୀ ମେଡିକାଲ କର୍ମଚାରୀ ଙ୍କୁ ବହୁବାର ଡାକିଥିଲେ। ହେଲେ କେହି ନ ଆସିବାରୁ ଶେଷରେ ସନ୍ତୋଷ ଛଟପଟ ହୋଇ ଆରପାରିକୁ ଚାଲିଗଲେ। ଚିକିତ୍ସା ଅବହେଳାରୁ ସନ୍ତୋଷ ଙ୍କ ମୃତ୍ୟୁ ହୋଇଥିବା ତାଙ୍କ ପତ୍ନୀ ଅଭିଯୋଗ କରିଛନ୍ତି। ଖବର ପାଇ କଂଗ୍ରେସ ନେତା କୁଲୁ ଭୂୟାଁ ମେଡିକାଲ ରେ ପହଞ୍ଚି ଦୁଃଖ ପ୍ରକାଶ କରିବା ସହ ଆର୍ଥିକ ସହାୟତା କରି ନିଜର ମହାନତା ଦେଖାଇଛନ୍ତି। ପରେ ମୃତ ଦେହକୁ ତାଙ୍କ ଗ୍ରାମ କୁ ପଠାଇବାରେ ସାହାଯ୍ୟ କରିଥିଲେ।ସନ୍ତୋଷ ଙ୍କ ପରିବାର କହିଲେ ସେ,ତାଙ୍କ ସ୍ତ୍ରୀ ଏବଂ ଏକ କୁନି ଝିଅ। ସନ୍ତୋଷ ଙ୍କ ମୃତ୍ୟୁ ପରେ ତାଙ୍କ ପରିବାରର ଅଣ୍ଟା ଭାଙ୍ଗି ଯାଇଛି।