ଫାଇଲେରିଆ ମୁକ୍ତ ପାଇଁ ତତ୍ପର ସ୍ୱାସ୍ଥ୍ୟ ବିଭାଗ, 12 ଜିଲ୍ଲା ଉପରେ ଫୋକସ –

ଭୁବନେଶ୍ବର: ରାଜ୍ୟରେ ଫେଲେରିଆ ମୁକ୍ତ କରିବା ଦିଗରେ ଓଡିଶା ସରକାର । କିଭଳି ଭାବରେ ଫାଇଲେରିଆ ମୁକ୍ତ କରାଯାଇବ, କିଭଳି ଭାବରେ ଔଷଧ ସଠିକ ସମୟରେ ସେବନ କରିବେ ସେନେଇ ପ୍ରସ୍ତୁତି କରାଯାଉଛି । ଏପଟେ ରାଜ୍ୟରେ କେତେ ରହିଛନ୍ତି ଫାଇଲେରିଆ ରୋଗୀ ତାହା ବିଭାଗ ପାଖରେ କୌଣସି ସୂଚନା ନାହିଁ । ଏପରିକି ଅନେକ ରୋଗୀ ମଧ୍ୟ ଭୟ ଓ ଡରରେ ରେଜିଷ୍ଟ୍ରେସନ ବା ସାମାନ୍ନକୁ ଆସୁନାହାନ୍ତି । ଯାହା ଫଳରେ ସମସ୍ତଙ୍କୁ ଚିହ୍ନଟ କରିବାରେ ବଡ ସମସ୍ୟା ସୃଷ୍ଟି ହେଉଛି ।

ଭୁବନେଶ୍ୱରରେ ରହୁଥିବା ଜଣେ ମହିଳା ଫାଇଲେରିଆ ରୋଗୀ କହିଛନ୍ତି, “ସରକାରଙ୍କ ପକ୍ଷରୁ ସବୁ କିଛି ଯୋଗାଇ ଦିଆଯାଉଛି । ହେଲେ ଆର୍ଥିକ ସହାୟତା ଦିଆଯାଉନାହିଁ । ସରକାରଙ୍କ ପାଖରୁ ଥଣ୍ଡା ପାଣି ରଖିବା ପାଇଁ ଟପ ଦିଆଯାଉଥିବା ବେଳେ ଏକ ଷ୍ଟୁଲ, ସାବୁନ ଓ ଏକ ଟାଓଲ ଦିଆଯାଇଛି । ହେଲେ ପ୍ରତ୍ୟେକ 3 ମାସରେ ଥରେ ଦିଆଯାଉଛି । ଏହା ସହିତ କିଭଳି ସଫା ରଖିବ ଓ କିଭଳି ଭାବରେ ଖଣ୍ଡିଆ ନହୁଏ ସେନେଇ ଧ୍ୟାନ ଦେବାକୁ କହିଛନ୍ତି । ମାସକୁ ପଇସା ଦେଉଥିଲେ । କିନ୍ତୁ ଏବେ ଆଉ ଦେଉନାହାନ୍ତି ।” ଏହି ମହିଳାଙ୍କ ଫାଇଲେରିଆ ହେବା ପରେ ତାଙ୍କୁ ଘରୁ ବାହାର କରିଦେଇଛନ୍ତି । ଯାହା ଫଳରେ ଭୁବନେଶ୍ୱରର 1 ନମ୍ବର ଅଞ୍ଚଳରେ ମହିଳା ଜଣଙ୍କ ରହୁଛନ୍ତି ।

ଫାଇଲେରିଆ ରୋଗୀଙ୍କୁ ଦିଆଯାଉଛି MMDP କିଟ୍‌:ଏନେଇ ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ପ୍ରତ୍ୟେକ ଫାଇଲେରିଆ ରୋଗୀଙ୍କୁ ଏକ MMDP କିଟ୍‌ ଯୋଗାଇ ଦିଆଯାଉଛି । ଯେଉଁମାନଙ୍କର ସରକାରୀ ସ୍ତରରେ ରେଜିଷ୍ଟ୍ରେସନ କରାଯାଇଛି କେବଳ ସେମାନଙ୍କୁ ଦିଆଯାଉଛି । ସେଥିରେ ଆଣ୍ଟି ବାକ୍ଟେରିଆ କ୍ରିମ ଦିଆଯାଉଛି । ଯାହା ରୋଗର ଇନଫେକ୍ସନ କମେଇବାରେ ସାହାଯ୍ୟ କରିବ । ପ୍ରତ୍ୟେକ ଦିନ ସେମାନଙ୍କୁ ବ୍ୟାୟାମ କରିବାକୁ ପରାମର୍ଶ ଦିଆଯାଉଛି । ଭୁବନେଶ୍ୱରର NFCP କ୍ଲିନିକ ରହିଛି, ଯେଉଁଠାରେ ମାଗଣାରେ ସମସ୍ତ ସେବା ଯୋଗାଇ ଦିଆଯାଉଛି । ଷ୍ଟେଜ 5ରେ ରହିଲେ ଆର୍ଥିକ ସହାୟତା ଦିଆଯାଉଛି । ଷ୍ଟେଜ 1ରୁ 5 ପର୍ଯ୍ୟନ୍ତ ସମସ୍ତଙ୍କୁ ମାସକୁ କିଛି ଆର୍ଥିକ ସହାୟତା ଦିଆଯିବ ପ୍ଳାନ କରାଯାଉଛି । ଖୁବଶୀଘ୍ର ଏହାକୁ ଘୋଷଣା କରାଯିବାର ଯୋଜନା କରାଯାଉଛି ।

ଉପକୂଳ ଅଞ୍ଚଳରେ ଅଧିକ ରହିଛି ଫାଇଲେରିଆ ରୋଗୀ ରହିଛନ୍ତି । ବିଶେଷ ଭାବରେ ବାଲେଶ୍ୱର, ଜଗତସିଂହପୁର, ଖୋର୍ଦ୍ଧା, ଗଞ୍ଜାମ ଆଦି ଜିଲ୍ଲାରେ ଅଧିକ ମାତ୍ରରେ ଏହି ରୋଗ ଦେଖାଯାଉଛି । ଏହି ଜିଲ୍ଲାରେ ରୋଗ ବଢିବା ମୁଖ୍ୟ କାରଣ ହେଉଛି ଅଧିକ ମାତ୍ରାରେ ମାଟି ଶାନ୍ତସନ୍ତିଆ ହୋଇଥାଏ । ଅଧିକ ପାଣି ଜମା ରହିଥାଏ । ଯାହା ଫଳରେ ଏଠାରେ ଅଧିକ CULEX ମଶା ବା ମାନାସୋନିଆ ମଶା ବଂଶ ବିସ୍ତାର କରିଥାନ୍ତି । ବିଶେଷ ଭାବରେ ଏହି ମଶା କାମୁଡ଼ିଲେ 5ରୁ 10 ବର୍ଷ ମଧ୍ୟରେ ଫାଇଲେରିଆ ରୋଗ ଦେଖାଯାଇଥାଏ ।

ଫାଇଲେରିଆ କଣ:ଫାଇଲେରିଆ ଏକ ପରଜୀବୀ ରୋଗ । ଯାହା ଫାଇଲେରଏଡିଆ ଶ୍ରେଣୀର ସଂକ୍ରମଣ ହୋଗୁଁ ହୋଇତାଏ । ଏହା ମଶା ଓ ବ୍ଲାକ ଫ୍ଲାଇ ସଂକ୍ରମିତଙ୍କ ଠାରୁ ରକ୍ତ ଶୋଷି ସୁସ୍ଥ ଲୋକକୁ କାମୁଡିବା ଫଳରେ ଏହି ରୋଗ ବ୍ୟାପିଥାଏ । ଏହାକୁ ହେଲମିନ୍ଥିଆସିସ (Helminthiases) ଦଳର ରୋଗ ଭାବରେ ବର୍ଗୀକରଣ କରାଯାଏ । ଲିମ୍ଫାଟିକ ଫାଇଲେରିଆସିସ (Lymphatic Filariasis) ରୋଗ ଉଚେରେରିଆ ବାଙ୍କରଫ୍ଟି (Wuchereria Bancrofti), ବୃଜିଆ ମାଲାୟି (Brugia malayi) ଓ ବୃଜିଆ ଟିମୋରି (Brugia timori) ଦ୍ୱାରା ହୁଏ ।12ଟି ଜିଲ୍ଲା ଉପରେ ଫୋକସ:ଲିମ୍ଫାଟିକ୍ ଫାଇଲେରିଆସିସ୍ ନିରାକରଣ ପାଇଁ ନୂତନ ରଣନୀତି ପ୍ରସ୍ତୁତ କରାଯାଇଛି । 12ଟି ଜିଲ୍ଲାର 115ଟି କାର୍ଯ୍ୟାନ୍ଵୟନ ୟୁନିଟ୍ (IUs)ରେ ଏହି କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେବ । ଲିମ୍ଫାଟିକ୍ ଫାଇଲେରିଆସିସ୍ ନିରାକରଣ ପାଇଁ ନିର୍ଦ୍ଧାରିତ ନୂତନ ରଣନୀତି ଅନୁଯାୟୀ MDA କାର୍ଯ୍ୟକ୍ରମରେ ତିନୋଟି ଔଷଧ ମଧ୍ୟରେ ଚିକିତ୍ସା ଯୋଗାଇ ଦିଆଯିବ । ଯଥା ତି.ଇ.ସି (DEC), ଆଲବେଣ୍ଡାଜୋଲ (Albendazole) ଏବଂ ଆଲଭରମେକ୍ଟିନ୍ (Ivermectin) ସେବନ କରାଯିବ । 12ଟି ଜିଲ୍ଲା ଉପରେ ଅଧିକ ଫୋକସ କରାଯାଇଛି । ଯଥା, ଅନୁଗୋଳ, ବାଲେଶ୍ବର, ବରଗଡ଼, ଢେଙ୍କାନାଳ, ଗଞ୍ଜାମ, ଯାଜପୁର, ଝାରସୁଗୁଡା, କେନ୍ଦୁଝର, ମୟୂରଭଞ୍ଜ, ସମ୍ବଲପୁର, ସୋନପୁର ଏବଂ ସୁନ୍ଦରଗଡ ।କେଉଁମାନଙ୍କୁ ଦିଆଯିବ ନାହିଁ ଔଷଧ:ବିଶେଷ ଭାବରେ ଦୁଇ ବର୍ଷରୁ କମ୍ ବୟସର ଶିଶୁ, ଗର୍ଭବତୀ ମହିଳା ଏବଂ ଗୁରୁତର ଅସୁସ୍ଥ ବ୍ୟକ୍ତିମାନେ ଏହି ଔଷଧ ସେବନ କରିବେ ନାହିଁ । 6 ବର୍ଷରୁ ଅଧ‌ିକ ବୟସର ବ୍ୟକ୍ତିଙ୍କୁ ଉଚ୍ଚତା ଆଧାରରେ ଆଇଭରମେକ୍ସିନ ଦିଆଯିବ । ପ୍ରସବର ଏକ ସପ୍ତାହ ମଧ୍ୟରେ ମହିଳାମାନଙ୍କୁ କୌଣସି ଔଷଧ ଦିଆଯିବ ନାହିଁ ।

1) ଏହି ଔଷଧ ବର୍ଷକୁ ଥରେ ଦୁଇ ବର୍ଷ ପାଇଁ ସେବନ କରିବାକୁ ପଡ଼ିବା ।2) ଏହି ଔଷଧ ଅତ୍ୟନ୍ତ ନିରାପଦ ଏବଂ ଏହାର ପ୍ରାୟ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନାହିଁ ।3) ଗର୍ଭବତୀ ମହିଳା, 2 ବର୍ଷରୁ କମ୍ ବୟସର ଶିଶୁ ଏବଂ ଗୁରୁତର ଅସୁସ୍ଥ ବ୍ୟକ୍ତିମାନେ ଏହି ଔଷଧ ସେବନ କରିବେ ନାହିଁ ।4) 6 ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କୁ ଉଚ୍ଚତା ଆଧାରରେ ଆଇଭରମେକ୍ଟିନ୍ ଦିଆଯିବ । ପ୍ରସବର ଏକ ସପ୍ତାହ ମଧ୍ୟରେ ମହିଳାମାନଙ୍କୁ ଆଇଭରମେକ୍ସିନ୍ ଦିଆଯିବ ନାହିଁ ।5) ଏହି ଔଷଧ ମଧୁମେହ, ଉଚ୍ଚ ରକ୍ତଚାପରେ ପୀଡ଼ିତ ବ୍ୟକ୍ତିଙ୍କ ପାଇଁ ମଧ୍ଯ ନିରାପଦା ଅଟେ ।6) ଖାଦ୍ୟ ଖାଇବା ପରେ ଔଷଧ ଖୁଆଉଥିବା କର୍ମୀଙ୍କ (ଡ୍ରଗ୍ ଆଡମିନିଷ୍ଟ୍ରେଟର) ସମ୍ମୁଖରେ ଔଷଧ ସେବନ କରିବାକୁ ପଡ଼ିବ ।7) ଫାଇଲେରିଆସିସ୍‌ର କୌଣସି ଲକ୍ଷଣ ନଥିବା ଯୋଗ୍ୟ ବ୍ୟକ୍ତି ଏବଂ ଫାଇଲେରିଆସିସର ଲକ୍ଷଣ ଯଥା ଲିମ୍ଫାଟିକ ଫାଇଲେରିଆସିସ / ହାଇଡ୍ରୋସିଲ ଥିବା ବ୍ୟକ୍ତି MDA ଔଷଧ ସେବନ କରିପାରିବେ ।8) ଫାଇଲେରିଆସିସ୍‌ର ଚିହ୍ନ ଓ ଲକ୍ଷଣରେ ପୀଡ଼ିତ ବ୍ୟକ୍ତିମାନେ ଆଗକୁ ଆସି ସେମାନଙ୍କର ରୋଗାକ୍ରାନ୍ତ ଅବସ୍ଥା ବିଷୟରେ ଔଷଧ ଖୁଆଇବା କର୍ମୀ (DA)ମାନଙ୍କୁ ଜଣାଇବା ଉଚିତ୍ ।9) LLIN/ ITN/ ସାଧାରଣ ନେଟ୍ ବ୍ୟବହାର କରି ମଶା କାମୁଡ଼ିବାରୁ ରକ୍ଷା ପାଇହେବ ।

Leave a Reply

Your email address will not be published. Required fields are marked *