ଜଗନ୍ନାଥ ପ୍ରସାଦ: ଗହ୍ମା ପୁର୍ଣିମା ପର୍ବ ପାଳିତ

ଜଗନ୍ନାଥ ପ୍ରସାଦ ୦୯/୦୮ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗହ୍ମା ପୂର୍ଣ୍ଣିମା ପର୍ବ ଏଭଳି ଏକ ପରମ୍ପରା ଏକଦା ଜୀବନଚର୍ଯ୍ୟା ସହିତ ଘନିଷ୍ଠ ଭାବେ ଯୋଡ଼ି ହୋଇ ରହୁଥିଲା l ଏହା ଏକ କୃଷି ଭିତ୍ତିକ ପର୍ବ l ଏହି ଦିନ ମହାପ୍ରଭୁ ବଳଭଦ୍ରଙ୍କ ଜନ୍ମଦିନ ହୋଇଥିବାରୁ ଏଥିରେ ଗାଁ ଗଣ୍ଡା ଗୁଡିକରେ ପାରମ୍ପରିକ ପିଠା ପ୍ରସ୍ତୁତି ସହିତ ଗୋରୁଗାଈଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ l ମୁଖ୍ୟତଃ କୃଷିର ଉନ୍ନତି ସାଧନ ଏହି ପର୍ବର ମୁଖ୍ୟ ଉଦ୍ଦେଶ୍ୟ l ଚାଷୀମାନେ ସେମାନଙ୍କ ଚାଷବାସ କାମ ସାରି ଏହି ପର୍ବକୁ ଉତ୍ସାହ ସହକାରେ ପାଳନ କରୁଥଲେ ହେଁ ଆଜିକାଲି ଏ ପର୍ବ ରାଖି ବାନ୍ଧିବା ନୀତିରେ ସୀମିତ ହୋଇଯାଇଛି l ଭଉଣୀମାନେ ସେମାନଙ୍କ ଭାଇ ହାତରେ ରାଖି ବାନ୍ଧିବା ପରେ ଅପରାହ୍ନ ସମୟରେ ଗହ୍ମା ଡିଆଁ ଆରମ୍ଭ ହୋଇଥାଏ l ଏହା ଏକା ବଡ଼ ଆକୃତିରେ ମଞ୍ଚ ଭଳି ପ୍ରସ୍ତୁତି ହୁଏ l ଏହି ମଞ୍ଚ ତଳୁ ଉପରକୁ ୩ରୁ ୫ ଫୁଟ ପର୍ଯ୍ୟନ୍ତ ଉଚ୍ଚତା ବିଶିଷ୍ଟ ମଞ୍ଚକୁ ଲମ୍ବାଯାଏ l ଚିକିଟା ମାଟିଦ୍ୱାରା ପ୍ରସ୍ତୁତି ହୋଇ ଉପର ଭାଗରେ ବିଭିନ୍ନ ଘାସ, ଗଛର ପତ୍ର ରଖି ପ୍ରସ୍ତୁତି କରାଯାଏ ସ୍ୱତନ୍ତ୍ର ମଞ୍ଚ l ଏହି ମଞ୍ଚ ଉପର ଦେଇ ଡ଼ିଆଁ ମାରନ୍ତି ପ୍ରତିଯୋଗୀ l ମାଟି ଓ ବାଲିରେ ନିର୍ମିତ ୫ ଫୁଟରୁ ୬ଫୁଟ ଉଚ୍ଚତା ବିଶିଷ୍ଟ ଗହ୍ମାକୁଦା ଉପରେ ଡେଇଁ ଏହି ଖେଳ ଖେଳି ଯୁବକମାନେ ଖୁସି ମନାଇଥାନ୍ତି l ମଞ୍ଚଠାରୁ କିଛି ଦୂରରେ ଟଙ୍ଗାଯାଏ ଆକର୍ଷଣୀୟ ସାମଗ୍ରୀ l ଯେଉଁ ପ୍ରତିଯୋଗୀ ଟଙ୍ଗା ଯାଇଥବା ସାମଗ୍ରୀକୁ ଛୁଇଁ ଦେଉଥଲେ ସେହି ସାମଗ୍ରୀଟି ତାର ହୋଇଯାଏ l ବିସ୍କୁଟ ପ୍ୟାକେଟଠାରୁ ଆରମ୍ଭ କରି ବିଭିର୍ଣ୍ଣ ଆକର୍ଷଣୀୟ ଉପହାର ପାଆନ୍ତି ପ୍ରତିଯୋଗୀ l ପିଲାଠାରୁ ଆରମ୍ଭ କରି ବୟସ୍କା ପର୍ଯ୍ୟନ୍ତ ସମସ୍ତେ ଏଥରେ ଅଂଶଗ୍ରହଣ କରନ୍ତି । ରାକ୍ଷୀ ପୂର୍ଣ୍ଣିମା ଦିବସର ସନ୍ଧ୍ୟାରେ ଆୟୋଜିତ ହୁଏ ଏହି ଖେଳ । ଟଙ୍ଗା ଯାଇଥବା ସମସ୍ତ ସାମଗ୍ରୀ ସମାପ୍ତ ପରେ ହିଁ ଏହି ଖେଳ ସମାପ୍ତର ଘୋଷଣା କରାଯାଏ l
ଆଧୁନିକାତାର ସ୍ପର୍ଶରେ ଅନେକ ପାରମ୍ପରିକ ଲୋକ ସଂସ୍କୃତି ଦିନକୁ ଦିନ ଲୋପ ପାଇବାକୁ ବସିଥିଲେ ହେଁ ଜଗନ୍ନାଥ ପ୍ରସାଦ କଇଥ ସାହିରେ ଆଜି ବି ବଞ୍ଚି ରହିଛି ଏହି ପରମ୍ପରା l କଇଥ ସାହି ବାସିନ୍ଦାଙ୍କ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ହୋଇଥିବା ବେଳେ ସମସେବୀ ସଞ୍ଜୟ ପ୍ରଧାନ ଉଦଘାଟନ କରିଥିଲେ l ପୂର୍ବ ପରମ୍ପରା ଅନୁଯାଇ ବାଡ଼ି ଖେଳ,ବାଘ ଘୋଡା ନାଚ, ବିଭିର୍ଣ୍ଣ ପ୍ରକାର ଖେଳକୁଦ ମାଧ୍ୟମରେ ନଗର ଭ୍ରମଣକରିଥିଲେ l ଫିରୋଜ ଗୌଡ଼, ଟୁଲୁ ପ୍ରଧାନ, ସଞ୍ଜୟ ବେହେରା, ମିଟୁ ଗୌଡ଼, ନନ୍ଦିଆ ଗୌଡ଼, ରମେଶ ଗୌଡ଼, ଅଶୋକ ପ୍ରଧାନ, ଦିଲ୍ଲୀପ କୁମାର ପ୍ରଧାନ,ବାଲାଜୀ ବେହେରା, ନୂତନ ପ୍ରଧାନ,ଧବଳେଶ୍ୱର ବେହେରା, ଲକ୍ଷଣ ଗୌଡ଼, ରାକେଶ ବେହେରା,ଟୁଲୁ ପ୍ରଧାନଙ୍କ ସମେତ ସମସ୍ତ କଇଥ ସାହି ଗ୍ରାମବାସୀ ସହଯୋଗ କରିଥିଲେ l

Leave a Reply

Your email address will not be published. Required fields are marked *