ସୋରଡ଼ା: ବର୍ଷ ବର୍ଷ ଧରି ଦୁର୍ଗମ ଅଞ୍ଚଳରେ ପିଲାଙ୍କ ଭବିଷ୍ୟତ ପଡିଛି ବାରଣ୍ଡାରେ

ସୋରଡ଼ା ୧୦/୦୮ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ସାମ୍ନା କୁ ଆସିଛି ଶିକ୍ଷା ବ୍ୟବସ୍ଥା ର ବିକଳ ଚିତ୍ର । ଦୁର୍ଗମ ଅଞ୍ଚଳରେ ଶିକ୍ଷାର ବାସ୍ତବ ଚିତ୍ର। ଶିକ୍ଷା ଓ ତାର ବ୍ୟବସ୍ତା ପାଇଁ ସରକାର ବହୁତ ଚେଷ୍ଟା କରୁଛନ୍ତି କିନ୍ତୁ କିଛି ସ୍ଥାନରେ ବା ଉପାନ୍ତ ଅଞ୍ଚଳରେ ଏହିର ବ୍ୟତିକ୍ରମ ଦେଖିବାକୁ ମିଳେ । ଆମେ କହୁଛୁ ଗଞ୍ଜାମ ଜିଲ୍ଲା ସୋରଡା ବ୍ଲକ୍ ମେରିକୋଟ ପଞ୍ଚାୟତ ସୁନାଖଣ୍ଡି ଗ୍ରାମର ଅଙ୍ଗନବାଡ଼ି କେନ୍ଦ୍ର କଥା । ଆସନ୍ତୁ ଦେଖିବା ଉପାନ୍ତ ଅଞ୍ଚଳରେ ଶିକ୍ଷାର ନଗ୍ନ ଚିତ୍ର । ଗ୍ରାଉଣ୍ଡ ଜିରୋ ରୁ ଏହି ରିପୋର୍ଟ ।

ଅଛି ଅଙ୍ଗନବାଡ଼ି କେନ୍ଦ୍ର, ଆସୁଛନ୍ତି ପିଲା ମାନେ, ପାଉଛନ୍ତି ସମସ୍ତ ସୁବିଧା । କିନ୍ତୁ ଜୀବନ ଲାଗିଛି ବାଜିରେ । ଏ ଦୃଶ୍ୟ ହେଉଛି ମେରିକୋଟ ପଞ୍ଚାୟତରେ ଥିବା ସୁନାଖଣ୍ଡି ଗ୍ରାମର ଅଙ୍ଗନବାଡ଼ି କେନ୍ଦ୍ର କଥା । ଛାତ ଫାଟି ଆଁ କରି ରହିଛି । ଦେଖାଯାଉଛି ଲୁହା ଛଡ । କେତେ ବେଳେ ଖସିପଡିବ ଛାତ ସମସ୍ତେ ଭୟଭୀତରେ ଅଛନ୍ତି । ଏ ଦ୍ରୁଶ୍ଯ ଆଜିର ନୁହ ୨୦୧୮ ରୁ ଏହି ଭଳି ରହିଛି । ସାତ ବର୍ଷ ହେଲା ଏ ଭଳି ଅବହେଳିତ ଅବସ୍ଥାରେ ରହିଛି । ଯେ ହେତୁ ବର୍ଷା ଦିନ ଚାଲିଛି ଫଟା ଛାତରୁ ପଣି ଗଲୁଚି। ଗୃହର ଛାତ ଠିକ ନଥିବା ହେତୁ ଜୀବନ ଭୟରେ ପିଲାଙ୍କ ଠାରୁ ଆରମ୍ଭ କରି ଅଙ୍ଗନବାଡ଼ି କର୍ମୀ ମାନେ ବାହାରେ ବାରଣ୍ଡାରେ ବସି ଚଳଉଛନ୍ତି ଅଙ୍ଗନବାଡି । ଘରର ଏହି ଭଳି ଅବସ୍ତା ଯୋଗୁଁ ଅଙ୍ଗନବାଡ଼ି ଠିକ ରୂପେ ଚାଲୁନଥିବା କହିଛନ୍ତି ।

ଅଙ୍ଗନବାଡ଼ି କେନ୍ଦ୍ର ର ଏଭଳି ଅବ୍ୟବସ୍ଥା ଲାଗି ବାରମ୍ବାର ସରକାରୀ କର୍ମଚାରୀ ଙ୍କ ଠାରୁ ନେତା ମନ୍ତ୍ରୀ ଙ୍କୁ ମଧ୍ୟ କହିଛନ୍ତି କିନ୍ତୁ କୌଣସି ସୁଫଳ ମିଳିନାହି । କେବଳ ସେତିକି ନୁହ ଏହି ଅଙ୍ଗନବାଡ଼ି ଆର୍ଥିକ ବର୍ଷ ୨୦୦୭-୦୮ ରେ ନିର୍ମାଣ ହୋଇଥିଲା ମାତ୍ର କେଇଟା ବର୍ଷ ପରେ ତାହା ଏବେ ଭଗ୍ନ ଅବସ୍ତାରେ ପହଞ୍ଚିଲା । ୨୦୧୯ କୋରନା ପୂର୍ବରୁ ତତ୍କାଳୀନ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କୌଣସି କାମରେ ଆସିଥିବା ବେଳେ ଏହି ଅଙ୍ଗନବାଡ଼ି ପରିଦର୍ଶନ କରି ଯାଇଥିଲେ ପ୍ରତିଶୃତି ଦେଇଥିଲେ କିନ୍ତୁ କୌଣସି କାର୍ଯ୍ୟକାରୀ ହେଲା ନାହି । ଗ୍ରାମବାସୀ ଙ୍କ କହିବା ଅନୁସାରେ ଏହି ବିଷୟରେ ଗ୍ରାମର ପଲ୍ଲୀ ସଭାରେ କହିବ ଠାରୁ ଗ୍ରାମସେବକ ,ସରପଞ୍ଚ , ବିଡିଓ ଏହା ସହ ୨୦୧୯ ର ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ଶାସନ ସଚିବଙ୍କୁ କହିମଧ୍ୟ ଫେଲ ମରିଛନ୍ତି । ବର୍ତମାନର ସରକାର ଆସିବା ପରେ କିଛି କର୍ମଚାରୀ ଆସି ଫୋଟୋ ଉଠେଇଯାଇଥିବା କହିଛନ୍ତି ଗ୍ରାମବାସୀ । ହେଲେ ଏ ବିଷୟରେ ପତ୍ରିକ୍ରିୟା ନେବା ପାଈ ସିଡିପିଓ ଙ୍କ କାର୍ଯ୍ୟାଳୟ କୁ ଯାଇଥିଲେ ଆମ ଗଞ୍ଜାମ ଜିଲ୍ଲା ପ୍ରତିନିଧି ଅମରେନ୍ଦ୍ର କୁମାର ପଟ୍ଟନାୟକ । କିନ୍ତୁ ସିଡ଼ିପିଓ ଙ୍କ ଦେଖା ମିଳିନଥିଲା । ତେବେ ଗ୍ରାମବାସମାନେ ବର୍ତମାନର ସରକାରଙ୍କୁ ଅନୁରୋଧ କରିଛନ୍ତି ଏହି ଅଙ୍ଗନବାଡ଼ି ସମସ୍ଯାର ସମାଧାନ କରିବା ପାଇଁ ।

Leave a Reply

Your email address will not be published. Required fields are marked *