ଗଜପତି ଜିଲ୍ଲା ମୋହନା ସ୍ଥିତ ସାଧୁ ପିତର ଚର୍ଚ୍ଚ ପାରିଶ ହଲ୍ ରେ “”କାଲି, ଆଜି ଓ କାଲି “” ଶୀର୍ଷକରେ ଏକତା, ଆଦର୍ଶ ଓ ସ୍ୱାଭିମାନ ଦିବସ ପାଳିତ

ମୋହନା (ଲକ୍ଷ୍ମୀ ନାରାୟଣ ଆଚାର୍ଯ୍ୟ, ଗଜପତି ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଜପତି ଜିଲ୍ଲା ମୋହନା ସ୍ଥିତ ସାଧୁ ପିତର ଚର୍ଚ୍ଚ ପାରିଶ ହଲ୍ ଠାରେ ସଂଖ୍ୟା ଲଘୁ ସାମାଜିକ ପରିଷଦ ତରଫରୁ ରାମ ଦଳବେହେରାଙ୍କ ନେତୃତ୍ୱରେ, ପ୍ରଶ୍ନ ମାଳିଙ୍କ ସଂଯୋଜନାରେ ଆଦର୍ଶ ଓ ସ୍ୱାଭିମାନ ଦିବସ ପାଳିତ ହୋଇଯାଇଛି I ପାଳକ ଲିଭିଂ ଷ୍ଟୋନ ଗମାଙ୍ଗ ପ୍ରଦୀପ ପ୍ରଜ୍ୱଳନ କରି ଖ୍ରୀଷ୍ଟିଆନ ଧର୍ମ ରୀତି ନୀତି ଅନୁସାରେ ପ୍ରାର୍ଥନା କରି ରିବିନି ଟିକୁ କାଟି ଶୁଭ ଉଦଘାଟନ କରିଥିଲେ I ପାଳକ ପ୍ରଶ୍ନ ମାଳିଙ୍କ ଦ୍ୱାରା ନାମ ପଞ୍ଜିକରଣ, ଅତିଥି ମାନଙ୍କୁ ପୁଷ୍ପ ଗୋଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ I ତତ ପରେ ଆଦର୍ଶ ସଶକ୍ତ ସମାଜ, ଭବିଷ୍ୟତ ମାର୍ଗ, ଦୃଢ଼ ଆର୍ଥିକ ଉନ୍ନତି, ବିକଶିତ ପରିବାର, ବିକାଶଶୀଳ ବର୍ଗ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ସମାଜରେ ମାନ ସଂମ୍ମାନ ଓ ସ୍ୱାଭିମାନର ସହିତ ନିର୍ଭର ରେ ବଞ୍ଚିବା ପାଇଁ ମଞ୍ଚା ସିନ ବକ୍ତାମାନେ ନିଜ ନିଜର ମତ ବ୍ୟକ୍ତବ୍ୟ ପ୍ରଦାନ କରିଥିଲେ I ଅଧୁଷିତ ଆଦିବାସୀ ବହୁଳ ଖ୍ରୀଷ୍ଟିଆନ ଗଜପତି ଜିଲ୍ଲାର ସଂଖ୍ୟା ଲଘୁଙ୍କ ବିକାଶ ଦିଗରେ ସରକାର ଆଗେଇ ନେଉଥିବା ବେଳେ ବିକାଶ ର ମୂଲ୍ୟ ସଂଖ୍ୟା ଲଘୁଙ୍କୁ ବିଭିନ୍ନ କ୍ଷେତ୍ରରେ ହସ୍ତଗତ ହୋଇ ନ ଥିବା ଚର୍ଚ୍ଚା ର କାରଣ ବୋଲି ଉପସ୍ଥିତ ନେତୃ ବୃନ୍ଦ ମତ ପ୍ରକାଶ କରୁଥିଲେ I ଉତ୍ସବରେ ବାଲେନ୍ତି ମାଝୀ, ଆଇସାକ ବେହେରା, ଦାନିଏଲ ଗମାଙ୍ଗ, ଜିଖରୀୟ ଶବର, ମାନବ ଅଧିକାର ସହ ସମ୍ପାଦକ ଚେତନ କୁମାର ଦିଗାଲ, ଓକିଲ ଜନାର୍ଥନ ଲିମା, ପ୍ରକାଶ ତ୍ରିପାଠୀ, ଓଡିଶା ସଂଖ୍ୟା ଲଘୁ ପରିଷଦ ସମ୍ପାଦକ ପଲବ ଲିମା, ଏବଂ ଗଜପତି, ରାୟଗଡା ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଜାତିର ଖ୍ରୀଷ୍ଟିଆନ ଧର୍ମା ଲମ୍ବି ୪୦୦ ଶହ ରୁ ଉର୍ଦ୍ଧ ସଂଖ୍ୟା ଲଘୁ ଖ୍ରୀଷ୍ଟିଆନ ଅନୁଷ୍ଠାନର ମୁଖ୍ୟ ପରିଚାଳକ, ପାଳକ ସେବକ, ପ୍ରଚାରକ, ଆଇନଜୀବି,ତଥା ସଂଖ୍ୟା ଲଘୁ ନେତୃ ବୃନ୍ଦ ଯୋଗଦେଇଥିଲେ I ଶାନ୍ତି ଓ ଶୃଙ୍ଖଳା ଭାବରେ ଉତ୍ସବଟି ଚନ୍ଦ୍ରଗିରି ଜୋନ ପୂର୍ବତନ ଜିଲ୍ଲା ପରିଷଦ ରାମ ଦଳବେହେରା ନେତୃତ୍ୱରେ ସୁପରିଚାଳନା କରାଯାଇଥିଲା I

Leave a Reply

Your email address will not be published. Required fields are marked *