ପୁରୀରେ ଧରାପଡିଲେ ୧୨ ନକଲି ସେବାୟତ, ଅଣ-ଓଡ଼ିଆମାନଙ୍କୁ କରୁଥିଲେ ଟାର୍ଗେଟ

ପୁରୀ (ବଳରାମ ତ୍ରିପାଠୀ) ଶ୍ରୀମନ୍ଦିରରୁ ୧୨ଜଣ ନକଲି ଗୁମାସ୍ତା ଗିରଫ। ସିଂହଦ୍ଵାର ଥାନା ପୁଲିସ ଓ ଟାଉନଥାନା ପୁଲିସ ମିଳିତ ଭାବେ ଚଢ଼ାଉ କରି ଏହି ନକଲି ଗୁମାସ୍ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ତେବେ ପୁରୀ ପୋଲିସ ଏକ ବିଶ୍ୱସ୍ତ ସୁତ୍ରରୁ ସୂଚନା ପାଇବା ପରେ ଅପରେସନ ଆରମ୍ଭ ହୋଇଥିଲା। ଅସାମାଜିକ ବ୍ୟକ୍ତି ଏବଂ ଗୁଣ୍ଡାମାନେ ନିଜକୁ ମନ୍ଦିର ଗୁମାସ୍ତା ପରିଚୟ ଦେଇ ପୁରୀକୁ ଦର୍ଶନ ପାଇଁ ଆସୁଥିବା ଭକ୍ତଙ୍କଠାରୁ ବେଆଇନ ଭାବେ ଟଙ୍କା ଆଦାୟ କରୁଛନ୍ତି।ଏହି ବ୍ୟକ୍ତିମାନେ ନିୟମିତ ଭାବରେ ବଡ଼ଦାଣ୍ଡ ଏବଂ ପରିକ୍ରମା ରାସ୍ତାରେ ଏକତ୍ରିତ ହୋଇ ଭକ୍ତମାନଙ୍କୁ ବିଶେଷକରି ଅଣ-ଓଡ଼ିଆମାନଙ୍କୁ ଟାର୍ଗେଟ କରୁଥିବା ଏବଂ ପାରମ୍ପରିକ ପୋଷାକ ପିନ୍ଧି ଶ୍ରୀଜଗନ୍ନାଥ ମନ୍ଦିରର ସେବାୟତମାନଙ୍କ ପରିଚୟ ଦେଉଥିବା ଜଣାପଡିଥିଲା। ଏହି ଖବର ଜଣାପଡିବା ପରେ ପୁରୀ ଏସପି ଏହି ଅପରାଧୀ ମାନଙ୍କୁ ଧରିବା ପାଇଁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲେ।